ଭୁବନେଶ୍ବର: କଂଗ୍ରେସର ହାତ ଧରିଲେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ । ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ମିଶ୍ରର୍ଣ ପର୍ବରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି ସତ୍ୟପ୍ରକାଶ ।ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଦିନ ୧୧ ଘଟିକା ସମୟରେ ଶତାଧିକ ସମର୍ଥକଙ୍କ ଗହଣରେ ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ପହଂଚିଥିଲେ । କଂଗ୍ରେସ କାର୍ୟ୍ୟାଳୟରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଶ୍ରୀ ନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ କଂଗ୍ରେସ ଦଳକୁ ବିଧିବଦ୍ଧ ଭାବେ ସ୍ୱାଗତ କରିଥିଲେ ।କଂଗ୍ରେସରେ ଯୋଗଦାନ ପରେ ସତ୍ୟ ପ୍ରକାଶ କହିଛନ୍ତି କଂଗ୍ରେସ ଦଳରେ ଯୋଗଦେଇ ମୁଁ ଗର୍ବ ଅନୁଭବ କରୁଛି। ବିରାଦରି ନୁହଁ ବିଚାରର ହେବ ରାଜନୀତି । ଦୁର୍ନୀତି ଯୋଗୁଁ ଓଡିଶାର ବିକାଶ ହୋଇପାରୁନାହିଁ । ବିକାଶ ନାମରେ ବିଜେଡି ଓ ବିଜେପି ପ୍ରବଞ୍ଚନା କରୁଛନ୍ତି। ଲୋକମାନଙ୍କୁ ଭୂତାଇ ଚାଲିଥିବା ଏହି ଦୁଇ ଦଳର ଅସଲ ରୂପ ପର୍ଦ୍ଦାଫାଶ କରାଯିବ ବୋଲି ସତ୍ୟ ପ୍ରକାଶ କହିଥିଲେ।
Breaking
Smarter Wearables: Google Gemini Is Coming to Samsung Galaxy Watch and BudsCompany Secretaries Organized Second State Level ConferenceFrench style comes to Odisha: Celio opens its first ever store in Utkal Kanika GaleriaGood Mental Health of Citizens an Essential Part of Viksit Bharat, says Pravati Parida, Deputy CM at ‘Illness To Wellness’ SummitSamsung To Launch 2025 Line-up of Vision AI Television on May 7