Breaking

ମିସ ଇଣ୍ଡିଆ ଆଇକୋନିକ ଦିଭା ମଡେଲ ଶୋରେ ଓଡିଶା ଝିଅଙ୍କ କମାଲ

କ୍ରାଉନ ହାତେଇଲେ ସଞ୍ଜନା ପ୍ରଧାନ

0

ଭୁବନେଶ୍ବର: ଓଡ଼ିଆ ଝିଅ ମୁମ୍ବାଇ ରେ ଦେଖାଇଲେ କମାଲ। ମୁମ୍ବାଇ ରେ ଆୟୋଜିତ ମିସ ଇଣ୍ଡିଆ ଆଇକୋନିକ ଦିଭା ମଡେଲ ଶୋ ପ୍ରତିଯୋଗିତାରେ କ୍ରାଉନ ହାତେଇଛନ୍ତି ଓଡ଼ିଆ ଝିଅ ସଞ୍ଜନା ପ୍ରଧାନ। ସଞ୍ଜନା ଏଵେ ବାଲେଶ୍ୱର ଇଣ୍ଟର ନ୍ୟାସନାଲ ସ୍କୁଲ ର ଦ୍ଵିତୀୟ ବର୍ଷ ବିଜ୍ଞାନ ଛାତ୍ରୀ। ସଞ୍ଜନା ଙ୍କ ବାପା ପ୍ରଶାନ୍ତ ପ୍ରଧାନ ଓ ମା ଭବାନୀ ପ୍ରଧାନ ଙ୍କ ପ୍ରେରଣା ଯୋଗୁ ସେ ଏହି ମଡେ଼ଲିଙ୍ଗ ଜଗତ ରେ ପାଦ ଥାପିଛନ୍ତି।

ସଞ୍ଜନା ମାର୍ଚ୍ଚ 25 ରେ ମୁମ୍ବାଇ ରେ ଆୟୋଜିତ ମିସ ଇଣ୍ଡିଆ ଆଇକୋନିକ ଦିଭା ମଡେଲ ଶୋ ରେ ଓଡିଶା ରୁ ପ୍ରତୋନିଧିତ୍ୱ କରି ଓଡିଶା ପାଇଁ ଦୁଇଟି କ୍ରାଉନ ଜିତି ଓଡିଶା ର ଗର୍ବ ଆଣିଛନ୍ତି।ସଞ୍ଜନା ଆଗକୁ ଜଣେ ଡାକ୍ତର ହେବା ସହିତ ଲୋକଙ୍କ ସେବା କରିବା ସହ ମଡେଲିଙ୍ଗ ଜଗତ ରେ ଆଗକୁ ଯିବାକୁ ଲକ୍ଷ ରଖିଛନ୍ତି। ମୁମ୍ବାଇ ରେ ଏହି ମେଡାଲ ଜିତିବା ପରେ ଭୁବନେଶ୍ୱର ରେ ସଞ୍ଜନା ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ପ୍ରଯୋଜକ ଜୁମ ମହାପାତ୍ର, ଲିରିକିଷ୍ଟ ମୃତ୍ୟୁଞ୍ଜୟ ମିଶ୍ର, ସଂଗୀତ ନିର୍ଦେଶକ ସୁଶୀଲ ଦଳେଇ, ନିର୍ଦେଶକ ରାଜା ଡି. ଓ ପ୍ରଡକ୍ସନ ମ୍ୟାନେଜର ସ୍ଵଂୟସିଂଗ୍ଧା ପଟନାୟକ ଉପସ୍ଥିତ ଥିଲେ .। ଆଗକୁ ସଞ୍ଜନା ଙ୍କୁ ଅଭିନୟ ପାଇଁ ସୁଯୋଗ ଦିଆଯିବ ବୋଲି ପ୍ରଯୋଜନା ସଂସ୍ଥା ସୂଚନା ଦେଇଛନ୍ତି….।

loading...

Leave A Reply

Your email address will not be published.