Breaking

ମୁଖ୍ୟମନ୍ତ୍ରୀଙ୍କୁ କୁଣ୍ଢାଇ ଫଟୋ ଉଠାଇଲେ ବଲିଉଡ ଦବଙ୍ଗ ଖାନ

0

ଭୁବନେଶ୍ୱର: କଟକରେ ହକି ବିଶ୍ୱକପ୍‌ ସେଲିବ୍ରେସନ୍ କାର୍ଯ୍ୟକ୍ରମରେ ଭାଗନେବାକୁ ଆସିଥିବା ବଲିଉଡ୍‌ ସୁପରଷ୍ଟାର୍ ଦବଙ୍ଗ ଖାନ୍ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟିଛନ୍ତି। ସେ ଆଜି କଟକରେ ତାଙ୍କ ସୋ କରିବା ଅସବରରେ ନବୀନଙ୍କ ଭେଟିଥିବା ଜଣାପଡ଼ିଛି।ଏହି ଫଟୋରେ ଉଭୟ ସଲମାନ ଓ ନବୀନ ବେଶ ଉତ୍ସାହିତ ଥିବା ନଜରକୁ ଆସିଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଲିଉଡ ଦବଙ୍ଗ ଖାନ କୁଣ୍ଢାଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।ଗତକାଲି କଳିଙ୍ଗ ଷ୍ଟାଡିୟମରେ ବଲିଉଡ୍‌ ବାଦ୍‌ଶାହ ଶାହରୁଖ ଖାନ୍‌ ଓ ନବୀନଙ୍କ ଭେଟକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଦୁହେଁ କିଛି ସମୟ ଧରି କୋଳାକୋଳି ହୋଇଥିଲେ। ଦୁହିଁଙ୍କ ମଧ୍ୟରେ ଖୁବ୍ ଖୁସିରେ କଥା ହେବା ସହ ଦୁହେଁ ପାଖାପାଖି ଚେୟାରରେ ବସି ହକି ସେଲିବ୍ରେସନ୍ ଦେଖିଥିଲେ।

loading...

Leave A Reply

Your email address will not be published.