Breaking

ସହୀଦ୍ ଙ୍କୁ ଶ୍ରଦ୍ଧାଞ୍ଜଳୀ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଟିମ୍ ପ୍ରକାଶ ତ୍ରିପାଠୀ ଓ ଜୟ ମା ୟୁଥ୍ କ୍ଲବ୍ ତରଫରୁ ଭାରତର ଦିବଂଗତ ସହୀଦ ଯବାନ ମାନଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଭିଏସସନଗର୍ ପ୍ରଭୂଜୀ ଈଂଲିସ୍ ମିଡିୟମ୍ ସ୍କୁଲ୍ ନିକଟରେ ଅନୁଷ୍ଠିତ ହୋଇଛି। ଏହି ସଭାରେ ଡଃ ପ୍ରକାଶ ତ୍ରିପାଠୀ ଓ ଈଂ ଶିବ ପ୍ରସାଦ ମିଶ୍ର ଯବାନ ମାନଙ୍କ ଦେଶମାତୃକାର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ଓ ସେମାନଙ୍କ ପାଇଁ ଆମେ ଗର୍ବିତ, ସେମାନଙ୍କ ପରିବାରବର୍ଗଙ୍କୁ ପ୍ରଭୁ ଜଗନ୍ନାଥ ସହାୟ ହୁଅନ୍ତୁ ଓ ସେମାନଙ୍କର ଅମର ଆତ୍ମାର ସଦଗତି କାମନା କରି ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ସଭାରେ ଡଃ ପ୍ରକାଶ ତ୍ରିପାଠୀଙ୍କ ସହିତ ଶିବ ପ୍ରସାଦ ମିଶ୍ର, ସୌମ୍ୟ ରଞ୍ଜନ ପ୍ରଧାନ,ଦିପକ ନାୟକ, ଅକ୍ଷୟ ସ୍ୱାଇଁ, ଲୋକେଶ କୁମାର, ଅନନ୍ତ ରେଡ୍ଡୀ, ସର୍ବଜିତ୍ ସାହୁ, ବାବୁ ସାହୁ, ସୁଶାନ୍ତ ମୁଦୁଲି, ବିଜେଡ଼ି ନେତ୍ରୀ ମନୋରମା ସିଂପାତ୍ର, ଇସା ମହାନ୍ତି, ସୁଚିତ୍ରା ବେହେରା,ସ୍ନେହଲତା ମୁଦୁଲି ଦ୍ରୌପଦୀ ଦେବୀ ପୁଷ୍ପଲତା ରାଉଳ, ପୁଷ୍ପଲତା ନାୟକ ପ୍ରମୁଖ ଯୋଗ ଦେଇଥିଲେ।

loading...

Leave A Reply

Your email address will not be published.