Breaking

ସହିଦ୍‍ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ପାଇକ ମହାସଂଘ ଓ ଗଡ଼େଶ୍ୱର ହାଟ ବ୍ୟବସାୟୀ ବଣିକ ସଂଘ ପକ୍ଷରୁ ଲଦାଖର ଗଲୱାନ୍‍ ଘାଟିରେ ଚୀନ୍‍ ସେନା ସହ ଲଢ଼ି ସହିଦ୍‍ ହୋଇଥିବା ଭାରତମାତାର ସୁଯୋଗ୍ୟ ସନ୍ତାନ ତଥା ଏ ମାଟିର ଗର୍ବ ଓ ଗୌରବ ଅମର ସହିଦ୍‍ଙ୍କ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ଅନୁଷ୍ଠିତ ହୋଇଯାଇଛି । ଭିଏସ୍‍ଏସ୍‍ ନଗରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ଅମର ସହିଦ୍‍ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଏହି ଅବସରରେ ଲଦାଖର ଗଲୱାନ୍‍ ଘାଟିରେ ଚୀନ୍‍ ସେନା ସହ ଲଢ଼ି ସହିଦ୍‍ ହୋଇଥିବା ବୀର ପ୍ରସବିନୀ ଉତ୍କଳ ଜନନୀର ଦୁଇ ସୁଯୋଗ୍ୟ ସନ୍ତାନ ଓଡ଼ିଆ ପୁଅ ଚନ୍ଦ୍ରକାନ୍ତ ପ୍ରଧାନ ଓ ନାନ୍ଦୁରାମ ସୋରେନ୍‍ଙ୍କ ସମେତ ସମସ୍ତ ସହିଦ ଯବାନଙ୍କ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ କାର୍ଯ୍ୟକ୍ରମରେ ଯୋଗଦେଇ ସମଗ୍ର ବିଶ୍ୱରେ ଆତଙ୍କରାଜ ଆରମ୍ଭ କରିଥିବା ଚୀନ୍‍ର ମାନବ ସମାଜ ଧ୍ୱଂସ ଲିଳା କାର୍ଯ୍ୟକୁ କଠୋର ଭାଷାରେ ନିନ୍ଦାକରିଥିଲେ । ବିଶ୍ୱ ବଜାରରେ ନକଲ ସାମଗ୍ରୀ ଯୋଗାଉଥିବା ଚୀନ୍‍ ଉତ୍ପାଦିିତ ଦ୍ରବ୍ୟକୁ ପରିତ୍ୟାଗ କରିବାକୁ ସେ ଆହ୍ୱାନ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଇକ ମହାସଂଘ ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁ, ଇଞ୍ଜିନିୟର ଶିବପ୍ରସାଦ ମିଶ୍ର, ହାଟ ବ୍ୟବସାୟୀ ସଂଘ ସଭାପତି ଲକ୍ଷ୍ମଣ ସାହୁ, ସମ୍ପାଦକ ମନୋରଞ୍ଜନ ସାହୁ, ସମାଜସେବୀ ସମରଞ୍ଜନ ମହାନ୍ତି, ଯୁବନେତା ଦୀପକ କୁମାର ବାରିକ, ଜାଗୃତି-ବିଏମ୍‍ସି ପ୍ରକଳ୍ପ ସଂଯୋଜକ ପ୍ରବେଶ କୁମାର ସାହୁ, ରାଜୀବ ନୟନ ରଥ, ଶଶାଙ୍କ ସାହୁ, ସୂର୍ଯ୍ୟ ନାରାୟଣ ରାଓ, ଉତ୍ତମ କୁମାର ମହାନ୍ତି ପ୍ରକୁଖ ଅମର ସହିଦ୍‍ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

loading...

Leave A Reply

Your email address will not be published.