Breaking

ସାପ୍ତାହିକ ସମ୍ବାଦପତ୍ର ‘ସାଧୁତା’ର ୬ଷ୍ଠ ସ୍ୱନକ୍ଷତ୍ର ଉତ୍ସବ

0

ଓଡିଆ ସାପ୍ତାହିକ ସମ୍ବାଦପତ୍ର ‘ସାଧୁତା’ର ୬ଷ୍ଠ ସ୍ୱନକ୍ଷତ୍ର ଉତ୍ସବ ଆଜି ପୂର୍ବାହ୍ନରେ ସ୍ଥାନୀୟ ‘ଲୋହିଆ ଏକାଡେମୀ’ ଠାରେ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜଗନ୍ନାଥଙ୍କ ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ଉତ୍ସବକୁ ଉଦ୍ଦଘାଟନ କରି ସାଧୁତାର ନିର୍ଭିକତା ଓ ସତ୍ୟତା ଓ ନିରପେକ୍ଷତାକୁ ଭୁୟସି ପ୍ରଶଂସା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଅତିଥି ଭାବେ ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ସାଧୁତାର ଓ ନିଷ୍ଠାପରତା ସାରା ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ସାମ୍ବାଦିକ ମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଆସୁଛନ୍ତି । ବରିଷ୍ଠ ଅତିଥି ଭାବେ ଜଟଣୀ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ସାଧୁତାର ବିଭିନ୍ନ ଦିଗକୁ ବର୍ଣ୍ଣନା କରି ବନ୍ୟା, ବାତ୍ୟଙ୍ର ରିଲିଫ୍ ବଣ୍ଟନ କରି ଭୁୟସି ପ୍ରଂଶସା କରିଛନ୍ତି । କରୋନା ମହାମାରୀରେ ବସ୍ତି ଅଞ୍ଚଳକୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିବାରେ ପ୍ରକୃତ ହିତାଧିକାରୀଙ୍କୁ ବାଛି ସେ ରିଲିଫ ବଣ୍ଟନ କରିଛନ୍ତି । ମୁଖ୍ୟବକ୍ତା ଭାବେ ଅଧ୍ୟକ୍ଷ ‘ପୁଣ୍ୟ ଉତ୍କଳ’ ତଥା ‘ସାଇ ଦର୍ଶନ’ ର ସମ୍ପାଦକ ଶ୍ରୀଯୁକ୍ତ ମନୋରଂଜନ ମହାପାତ୍ର ଓ ସମ୍ମାନୀତ ବକ୍ତାଭାବେ ସାଧୁତାର ବିଭିନ୍ନ କାର୍ଯ୍ୟକଳାପକୁ ନେଇ କରୋନା ମହାମାରୀରେ ସହାୟତା କରି ଥିବାରୁ ବନ୍ୟା ବାତ୍ୟା ସମୟରେ ବିଭିନ୍ନ ଜିଲ୍ଲାକୁ ରିଲିଫ୍ ଯୋଗାଇଥିବାରୁ ସାଧୁତା ତରଫରୁ ଆମେ ତାଙ୍କୁ ସାଧୁବାଦ ଜଣାଉଛୁ ।ବିଶିଷ୍ଟ ସମାଜ ସେବୀ ଶ୍ରୀମତୀ ବନ୍ଦନା ପଣ୍ଡା ସାଧୁତା ସମ୍ପର୍କରେ ତାଙ୍କର ନିଷ୍ଠାପରତାକୁ ପରଖି ସେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ସ୍ୱତନ୍ତ୍ର ଅତିଥିଭାବେ ଏସ୍‌. ଆର. ମାଇନ୍‌ସର ଭାଇସି ପ୍ରେସିଡେଣ୍ଟ ସାମସୁନ୍ଦର ସେଠୀ ସାଧୁତା ସମ୍ପର୍କରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସ୍ତମ୍ଭକାର ସୁଧାଂଶୁ ଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ‘ସାଧୁତା’ ର ମୁଖ୍ୟ ସମ୍ପାଦକ ଲୋକନାଥ ମହାପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସମ୍ପାଦକ ଶ୍ରୀମତୀ କାମିନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ‘ସାଧୁତା’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ ହେବା ସଙ୍ଗେ ସଙ୍ଗେ,ଡଃ ବିଶ୍ୱନାଥ ପଟ୍ଟନାୟ. ପ୍ରମୋଦ କରିଶୋର ପରିଡା, ଭୋଳାନାଥ ମହାରଣା, ତନ୍ମୟ କୁମାର ସ୍ୱାଇଁ, ଭାକ୍ର ବ୍ଲକର ସଭାପତି ଗୟାଧର ପରିଡା,ମୃତ୍ୟୁଞ୍ଜୟ ସଢଙ୍ଗୀ, ରାଜୀବ ନୟନ ରଥ ଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ୨୧ ଜଣଙ୍କୁ ‘ସାଧୁତା ଗୌରବ ସମ୍ମାନ’ ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ପରିଚାଳନାରେ ସମୀକ୍ଷା ମହାପାତ୍ର ଓ ଶାରଦା ମହାପାତ୍ର ଯୋଗଦାନ କରିଥିଲେ ।

loading...

Leave A Reply

Your email address will not be published.