Breaking

ଆାଇଟିସି ହୋଟେଲ୍ସ୍ ପକ୍ଷରୁ ଭୁବନେଶ୍ୱର ୱେଲକମ୍ ହୋଟେଲର ଶୁଭାରମ୍ଭ

0

ଆଇଟିସି ହୋଟେଲ ପକ୍ଷରୁ ରାଜ୍ୟର ପ୍ରଥମ ଲିଡ୍‌(ଏଲ୍‌ଇଇଡି) ପ୍ଲାଟିନମ ସାର୍ଟିଫାଏଡ ହୋଟେଲ “ୱେଲକମହୋଟେଲ ଭୁବନେଶ୍ୱର” ଖୋଲିବା ସମ୍ପକରେ ଘୋଷଣା କରାଯାଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଆତିଥ୍ୟ ଗନ୍ତବ୍ୟସ୍ଥଳର ପ୍ରତିଶ୍ରୁତିବଦ୍ଧତା ଲକ୍ଷ୍ୟକୁ ଅଧିକ ସୁଦୃଢ଼ କରିବା ଲାଗି ଏହାର ଉଦ୍‌ଘାଟନ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ପର୍ଯ୍ୟଟନ ଶିଳ୍ପ ଅଧିକ ସମୃଦ୍ଧ ହୋଇ ପାରିବ ।ଭୁବନେଶ୍ୱରରେ ଅବସ୍ଥିତ ଏହି ହୋଟେଲଟି ବିମାନବନ୍ଦରଠାରୁ ୮ କିଲୋମିଟର ଦୂରରେ ଅବସ୍ଥିତ ଏବଂ ଉପାନ୍ତ ଅଂଚଳର ଶିକ୍ଷାନୁଷ୍ଠାନ ତଥା ଆବାସିକ ବିକାଶ ହବ ନିକଟରେ ଅବସ୍ଥିତ । ୫୦୦ରୁ ଅଧିକ ମନ୍ଦିର ଥିବା ଭୁବନେଶ୍ୱରର ବିକାଶକୁ ଦୃଷ୍ଟିରେ ରଖି ୱେଲକମହୋଟେଲ ଭୁବନେଶ୍ୱର ସ୍ଥାନୀୟ ସ୍ୱଦେଶୀ ପଥର ସ୍ଥାପତ୍ୟ ଦ୍ୱାରା ଆକର୍ଷଣୀୟ ଛାତ, ଓଭରହ୍ୟାଙ୍ଗସ୍‌,ସ୍କଭରର୍ଡ ୱାକ୍ ୱେ ଏବଂ ବଡ଼ ଉଦ୍ୟାନ ରହିଛି ।

ଏହି ଉଦ୍‌ଘାଟନ ଅବସରରେ ଉଦବୋଧନ ଦେଇ ଆଇଟିସି ଲିମିଟେଡ୍‌ର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ପୁରୀ କହିଲେ, “ଆଇଟିସି ବର୍ଷ ବର୍ଷ ଧରି ଆଇକନିକ ହୋଟେଲ ପ୍ରପର୍ଟି ନିର୍ମାଣ କରିଛି ଯାହା ଭାରତର ପର୍ଯ୍ୟଟନ ଶିଳ୍ପକୁ ସମୃଦ୍ଧ କରିବାକୁ ସିକ୍ଷମ ହେବ । ଆଇଟିସିର ୱେଲକମହୋଟେଲ ବ୍ରାଣ୍ଡ ଅନ୍ତର୍ଗତ ଭୁବନେଶ୍ୱରରେ ହୋଟେଲ ଉଦ୍‌ଘାଟନ କରି ଆଇଟିସିରର ବିଭିନ୍ନ ହୋଟେଲ ପୋର୍ଟଫୋଲିଓର ଆଧାରରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଥିବାରୁ ଆମେ ଗର୍ବିତ । ମୁଁ ନିଶ୍ଚିତ ଯେ ଏହି ବିଶ୍ୱସ୍ତରୀୟ ହୋଟେଲ ଓଡିଶାର ପର୍ଯ୍ୟଟନ ଶିଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବାକୁ ସକ୍ଷମ ହେବ । ଆତିଥ୍ୟତା କ୍ଷେତ୍ରରେ ଆମେ ପୁଞ୍ଜି ବିନିଯୋଗ କରିବା ସହିତ ଆଇଟିସି ଓଡିଶାରେ ସ୍ଥାୟୀ କୃଷି, ଉତ୍ପାଦନ ତଥା ଏକାଧିକ କ୍ଷେତ୍ରକୁୁ ଅନ୍ତର୍ଭୁକ୍ତ କରି ରାଜ୍ୟର ସାମାଜିକ ବିକାଶରେ ସହାୟକ ହୋଇପାରିବ ।

ଏହି ଅବସରରେ ଆଇଟିସି ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନକୁଳ ଆନନ୍ଦ କହିଲେ, “ଓଡିଶା ଭଳି ସାଂସ୍କୃତିକ ସମୃଦ୍ଧ ରାଜ୍ୟର ରାଜଧାନୀରେ ୱେଲକମ୍‌ହୋଟେଲ ଭୁବନେଶ୍ୱର ଶୁଭାରମ୍ଭ କରିବା ଆଇଟିସି ହୋଟେଲ ପାଇଁ ଏକ ଗର୍ବର ବିଷୟ । ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ମାନ୍ୟତାକୁ ୱେଲକମହୋଟେଲ ଭୁବନେଶ୍ୱର ବିକଶିତ ବରିବା ସହିତ ଭାରତୀୟ ଆତିଥ୍ୟର ଉଷ୍ମତାକୁ ପ୍ରତିଫଳିତ କରିବାକୁ ସକ୍ଷମ ହେବ । ଏହି ନୂତନ ଉଦଘାଟନ ନିଶ୍ଚିତ ଭାବରେ ପୂର୍ବାଚଂଳରେ ଆମର ପାଦଚିହ୍ନକୁ ଅଧିକ ସୁଦୃଢ଼ କରିବାକୁ ସକ୍ଷମ ହେବ । କାରଣ ବ୍ରାଣ୍ଡ ୱେଲକମହୋଟେଲ ଏହାର ପୋର୍ଟଫୋଲିଓରେ ଭାରତରେ ଅନେକ ଜମି ଯୋଡି ଆଗକୁ ବଢ଼ିବାର ଯୋଜନା କରିଛି ।

ୱେଲକମହୋଟେଲ ଭୁବନେଶ୍ୱର ହେଉଛି ନୂତନ ଯୁଗର ଭ୍ରମଣକାରୀଙ୍କ ଏକ ନୂତନ ଚାବି ସଦୃଶ୍ୟ । ଏହା ଉଭୟ ବ୍ୟବସାୟ ଏବଂ ଅବକାଶ ଯାତ୍ରାକୁ ସମୃଦ୍ଧ କରବାକୁ ସକ୍ଷମ ହେବ । ଏହି ହୋଟେଲରେ ଏକ ପ୍ରେସିଡେନ୍ସିଆଲ୍ ସୁଟ, ୩ ଏକ୍ସକ୍ୟୁଟିଭ ସୁଟ ଏବଂ ୪ ଜୁନିଅର ସୁଟ ସମେତ ୧୦୭ ଗେ୍େ‌ଟ୍ ରୁମ୍ ରହିଛି ।ହୋଟେଲଟି ଆଇଟିସି ହୋଟେଲଗୁଡିକର ପ୍ରସିଦ୍ଧ ରୋଷେଇ ଅଭିଜ୍ଞତା ସହିତ ସ୍ଥାନୀୟ ନୈତିକତା ଏବଂ ଆଧୁନିକ ଆରାମକୁ ଏକତ୍ର ଭାବେ ପ୍ରଦାନ କରିବ । ୱେଲକମ କାଫେରେ ବିଭିନ୍ନ ପ୍ରକାରର ସ୍ୱାଦଯୁକ୍ତ କ୍ୟୁରେଟେଡ ବୁଫେଟ ଏବଂ ଏକ ଲା କାର୍ଟ ରହିଛି । ସିଗ୍ନେଚର ୱେଲକମ୍ସ ଥାଲିକା ଗୋଟିଏ ପ୍ଲାଟରରେ ଏହି ଅଂଳର ଅତି ପ୍ରିୟ ଖାଦ୍ୟର ଯୋଗାଇଦେବ ।

ପାରମ୍ପାରିକ ମାଟି ତନ୍ଦୁରରେ ରନ୍ଧା ଯାଇଥିବା ପେଶୱାରୀ ମେନୁରେ କବାବ, ଶାକାହାରୀ ପ୍ରସ୍ତୁତି ଏବଂ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଡାଲ ବୁଖାରାର ସ୍ୱାଦ ପ୍ରଦାନ କରାଇବ । ୱେଲକମହୋଟେଲ ଭୁବନେଶ୍ୱର ଉତ୍ସବ, କର୍ପୋରେଟ ଇଭେଂଟ, ବିବାହ, ସମ୍ମିଳନୀ ଏବଂ ସଭାଗୁଡ଼ିକ ପାଇଁ ଉପଯୁକ୍ତ ସ୍ଥାନ ଭାବରେ କାର୍ଯ୍ୟ କରିବ । ସୁନ୍ଦର ଦୃଶ୍ୟମାନ, ଚମତ୍କାର ବାହ୍ୟ ଲନ ଏବଂ ଭୋଜି ପାଇଁ ୨୬୦୦ ବର୍ଗ ମିଟର ସ୍ଥାନ ରହିଛି ।

ଅତିଥିମାନଙ୍କ ପାଇଁ ଏକ ସୁସଜ୍ଜିତ ଜିମ୍ନାସିୟମ, କେ କାୟା କାଲପଙ୍କ ସ୍ପା ରହିଛି । ଅତିଥିମାନେ ଶାନ୍ତ ସତେଜ ବାୟୁ ଉପଭୋଗ କରିପାରିବେ ।
ଅତିଥିମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ମେଡିକାଲ ପ୍ରଫେସନାଲ ଏବଂ ଡିସ୍‌ଇନଫେକଶନ ବିଶେଷଜ୍ଞଙ୍କ ସହଯୋଗରେ ସ୍ୱଚ୍ଛତା ଏବଂ ପରିଷ୍କାର ପରିଚ୍ଛନ୍ନତା ପ୍ରୋଟୋକଲକୁ ଗୁରୁତ୍ୱାରୋପ କରାଯାଇଛି।

loading...

Leave A Reply

Your email address will not be published.