Breaking

ଏସ୍.ଏସ୍.ଆରଡ଼ିପି ପକ୍ଷରୁ ଗ୍ରାମାଞ୍ଚଳର ଯୁବକ ଯୁବତୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଓ ସାର୍ଟିଫିକେଟ ପ୍ରଦାନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:
ଶ୍ରୀ ରୁରାଲ ଡ଼େଭଲ୍ଅପ୍‌ମେଣ୍ଟ ପ୍ରୋଗ୍ରାମ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୦୦୦ରୁ ଊର୍ଦ୍ଧ୍ୱ ଯୁବକ ଯୁବତୀମାନଙ୍କୁ ଭୁବନେଶ୍ୱର ରେଲେଓ୍ୱ ଅଡ଼ିଟୋରିଅୟମରେ ବୁଧବାରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାର୍ଟିଫିକେଟ ସହ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଛି। ଏନ୍.ଏସ୍.ଡ଼ି.ସି. ସ୍କିମ୍‌ରେ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ରହି ଯୁବକ ଯୁବତୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ।
ଏସ୍.ଏସ୍.ଆରଡିପି ଓଡ଼ିଶାର ବିଭିନ୍ନ ଜିଲ୍ଲାର ପଛୁଆ ଅଞ୍ଚଳରେ ବା ଗାଁରେ ଥିବା ବେକାର ଯୁବକ ଯୁବତୀମାନଙ୍କୁ ବିଭିନ୍ନ ଟ୍ରେନିଂ ଏବଂ ଯୋଗ ଶିବିର ମାଧ୍ୟମରେ ଆତ୍ମ ନିର୍ଭରଶୀଳ ଏବଂ ସ୍ଵାବଲମ୍ବୀ ହେବାପାଇଁ ବାଟ ଦେଖାଇ ଆସିଛି।
ଏହି ଅବସରରେ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ, ଯୋଗ ଫଳରେ ଯୁବକମାନେ ନିରୋଗ ରହିପାରିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିପାରିବେ। ଏସ୍ଏସ୍ଆରଡିପି ଯେପରି ଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ଯେପରି କାର୍ଯ୍ୟକ୍ରମ କରୁଛି ତାହା ବାସ୍ତବରେ ସ୍ଵାଗତଯୋଗ୍ୟ ପଦକ୍ଷେପ ଯୁବକମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସ୍ଵାବଲମ୍ବୀ ହୋଇପାରିବେ।
ଆର୍ଟ ଅଫ୍ ଲିଭିଙ୍ଗର ମୁଖ୍ୟ ସଦସ୍ୟ ଦାଶରଥୀ ମିଶ୍ର, ଲଳିତ ମହାନ୍ତି, ଏସ୍.ଏସ୍.ଆରଡିପି ଅତିରିକ୍ତ ନିର୍ଦ୍ଦେଶିକା ତପସ୍ୟା ଓ୍ୱାଇଏଲଟିପିର ସଦସ୍ୟ ଶରତ ଏବଂ ତ୍ରିଲୋକ ଉପସ୍ଥିତ ଥିଲେ।

ଗତ ଏକ ବର୍ଷ ମଧ୍ୟରେ ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଫଳରେ ୧୦ ହଜାରରୁ ଉର୍ଦ୍ଧ୍ୱ ଯୁବକ ଓ ଯୁବତୀମାନଙ୍କୁ ଆମ ରାଜ୍ୟର ବିଭିନ୍ନ ଦକ୍ଷତା ବିକାଶ ସେଣ୍ଟରମାନଙ୍କରେ ପ୍ରଶିକ୍ଷଣ ବା ତାଲିମ୍ ଦିଆଯାଇଯାଇଛି। ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ତତ୍ୱ ମାଇକ୍ରୋଲେବୁଲ୍ ଏଣ୍ଟ୍ରୋପ୍ରେମିଓରସିପ୍ ପାଇଁ ୧୦୦ ଜଣ ତାଲିମ ପ୍ରାପ୍ତ ଯୁବକ ଯୁବତୀମାନଙ୍କୁ ବିଭିନ୍ନ କିଟ୍ ମାନପତ୍ର ଏବଂ ଛୋଟ ଛୋଟ ବ୍ୟବସାୟ ପାଇଁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଯାହା ଫଳରେ ଗାଁର ଏହି ଯୁବକ ଯୁବତୀମାନେ ବିୟୁଟି ପାର୍ଲର, ଜିମ୍ ଯୋଗ ସେଣ୍ଟର ବା ଛୋଟ ଛୋଟ ବ୍ୟବସାୟ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିବେ।
ଶ୍ରୀ ଶ୍ରୀ ରୁରାଲ ଡ଼େଭଲପମେଣ୍ଟ ପ୍ରୋଗ୍ରାମ ଟ୍ରଷ୍ଟ ୨୦୦୧ ମସିହାରୁ ଆର୍ଟ ଅଫ୍ ଲିଭିଙ୍ଗ ଅଧିନରେ ଭାରତ ବର୍ଷରେ କାର୍ଯ୍ୟକରିଆସୁଛି। ଏହାର ମୂଳ ଉଦ୍ଦେଶ୍ୟ ବା ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳର ବିଭିନ୍ନ ସଂଗଠନକୁ ବା ଯୁବକ ଯୁବତୀଙ୍କୁ ଏକତ୍ରିତ କରି ଆର୍ଥିକ କ୍ଷେତ୍ରରେ ମଜବୁତ୍ କରିବା। ଯଦି ଗ୍ରାମାଞ୍ଚଳର ଅର୍ଥନୀତି ବିକାଶ ହୁଏ ତେବେ ଦେଶର ଅର୍ଥନୀତି ମଧ୍ୟ ମଜବୁତ ହୋଇଥାଏ।
ଆର୍ଟ ଅଫ୍ ଲିଭିଙ୍ଗ ଏବଂ ଏସ୍ଏସ୍ଆରଡ଼ିପିର ମିଳିତ ଉଦ୍ୟମରେ ଏହା ସାରା ଭାରତ ବର୍ଷରେ ସଫଳତାର ସହ କାର୍ଯ୍ୟକରିଆସୁଅଛି। ଆମ ଦେଶର ବିଭିନ୍ନ ରାଜ୍ୟର ପଛୁଆ ଅଞ୍ଚଳର ମହିଳା ଏବଂ ଯୁବକମାନଙ୍କୁ ସମାଜର ମୁଖ୍ୟ ଶ୍ରେଣୀର ସାମିଲ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ। ଯେପରିକି, ବିଭିନ୍ନ ଧନ୍ଦା ମୂଳକ ପ୍ରଶିକ୍ଷଣ, ଗ୍ରାମାଞ୍ଚଳରେ ଛୋଟଛୋଟ ବ୍ୟବସାୟ ପାଇଁ ଆର୍ଥିକ ପ୍ରୋତ୍ସାହନ, ଜଳପରିମଳ ଏବଂ ଏହାର ସୁବିନିଯୋଗ, ନଦୀକୁ ପରିଷ୍କାର, ଜୈବିକ ଚାଷ, ପରିବେଶ ସୁରକ୍ଷା ପିଇିବା ପାଣିର ବ୍ୟବସ୍ଥା, ବିଦ୍ୟୁତ୍ ସଞ୍ଚୟ ଇତ୍ୟାଦି ଏହି ସମସ୍ତ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳର ନିର୍ଦ୍ଧିଷ୍ଠ ଅଞ୍ଚଳମାନଙ୍କରେ ବସବାସ କରୁଥିବା ଲୋକମାନଙ୍କୁ ସହାୟତା କରିଥାଏ।

loading...

Leave A Reply

Your email address will not be published.