Breaking

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଜଣେ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ ଜୟ ପରବେଶ । ତାଙ୍କ ଘର ରାଜସ୍ଥାନ ଭରତପୁର ଅଂଚଳରେ । ଜୟ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ନ୍ୟୁ ପ୍ଲେଟ୍ ମିଲ୍‌ରେ ଜୁନିଅର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ଜୟ ରାଉରକେଲା ସେକ୍ଟର-୨ସ୍ଥିତ ଏଚ୍‌-୩ କ୍ୱାର୍ଟର୍ସରେ ରହୁଥିଲେ । ସେ ଗତ ୨ବର୍ଷ ତଳେ ବିବାହ କରିଥିଲେ । ତାଙ୍କ ପତ୍ନୀ ଦୁଇ ଦିନ ତଳେ ରାଜସ୍ଥାନ ଯାଇଛନ୍ତି । କିନ୍ତୁ ଗତକାଲି ରାତିରେ ତାଙ୍କ ପଡ଼ୋଶୀ ଘରେ କିଛି ଅଘଟଣ ଘଟିଥିବା ନେଇ ପୋଲିସକୁ ଖବର ଦେଇଥିଲେ । ଏହା ପରେ ପୋଲିସ ଆସି ଜୟଙ୍କୁ ଝୁଲୁ ଥିବା ଅବସ୍ଥାରେ ଦେଖିଥିଲା । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ତଦନ୍ତ ଜାରି ରଖିଛି । ଆତ୍ମହତ୍ୟା ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରେ ପୋଲିସ ଅନୁମାନ କରୁଛି । ଏ ନେଇ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଖବର ଦିଆଯାଇଛି ।

loading...

Leave A Reply

Your email address will not be published.