Breaking

ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ରକ୍ତଦାନ ଶିବିର

ରକ୍ତଦାନ କରି ଜନ୍ମଦିନ ପାଳିଲେ ଅଭିନେତା ଲୋହିତାକ୍ଷ ପଟ୍ଟନାୟକ

0

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ସମାଜସେବୀ ଅନୁିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ଥାଲେସେମିଆ ରୋଗୀଙ୍କ ଠାରେ ଦେଖାଯାଉଥିବା ରକ୍ତାଭାବକୁ ଦୂରୀକରଣ କରିବା ଲକ୍ଷ୍ୟ ନେଇ କମିଶନରେଟ୍ ପୁଲିସ୍ ଓ ଲାୟନ୍ କ୍ଲବ୍ ଭୁବନେଶ୍ୱର ନୟାପଲ୍ଲୀର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ସ୍ଥାନୀୟ ନୟାପଲ୍ଲୀ ସ୍ଥିତ କମ୍ୟୁନିଟି କେୟାର ସେରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରେଡ଼୍ ସ୍ୱସ୍ତିକ୍ ସୋସାଇଟିର ସଚିବ ତଥା କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ସୁପୁତ୍ର ତଥା ବଲିଉଡ଼୍ ଓ ଓଲିଉଡ଼୍‌ର ଲୋକପ୍ରିୟ ଅଭିନେତା ଲୋହିତାକ୍ଷ ପଟ୍ଟନାୟକ ରେଡ଼୍ ସ୍ୱସ୍ତିକ୍ ସୋସାଇଟିର ଆଜୀବନ ସଦସ୍ୟତା ଗ୍ରହଣ କରିବା ସହ ରକ୍ତଦାନ କରି ନିଜର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଥିଲେ । ଏହି ଅବସରରେ ଲୋହିତାକ୍ଷ କହିଥିଲେ କି ଅନେକ ସମୟରେ ଥାଲେସେମିଆ ରୋଗରେ ପିଡ଼ିତ ଶିଶୁମାନେ ରକ୍ତାଭାବରୁ ଜୀବନ ହାରୁଛନ୍ତି । ରକ୍ତଦାନ ହେଉଛି ଜୀବନ ଦାନ ସହିତ ସମାନ । ଏହାଠାରୁ ବଡ଼ କାମ କିଛି ହୋଇନପାରେ । ତେଣୁ ମୁଁ ରକ୍ତଦାନ କରି ନିଜକୁ ଗୌରବାନ୍ୱିତ ମନେ କରିବା ସହ ଜନସାଧାରଣଙ୍କୁ ନିବେଦନ କରୁଛି ଯଥାସମ୍ଭବ ରକ୍ତଦାନ କରି ରକ୍ତାଭାବ ସମସ୍ୟାକୁ ଦୂରୀକରଣ କରିବାରେ ହାତ ମିଳାନ୍ତୁ । ଏହି ରକ୍ତଦାନ ଶିବିରରେ କ୍ୟାପିଟାଲ ହସ୍ପିଟାଲ ସ୍ଥିତ ରକ୍ତ ଭଣ୍ଡାରର ନିର୍ଦ୍ଦେଶକ ଡ଼ାକ୍ତର ଦେବାଶିଷ ମିଶ୍ର, ରେଡ଼୍ ସ୍ୱସ୍ତିକ୍ ସୋସାଇଟିର ଅଧ୍ୟକ୍ଷ ଶ୍ରୀ ବିଜୟ ଆଚାର୍ଯ୍ୟ, ଲାୟନ୍ସ କ୍ଲବ ନୟାପଲ୍ଲୀର ପ୍ରେସିଡ଼େ କୁନାଲ୍ କିଶୋର ଦାସ, ଲାୟନ୍ସ କ୍ଲବ୍‌ର ଅନ୍ୟାନ୍ୟ ସଦସ୍ୟ, ସମାଜସେବୀ ଗଗନ କୁମାର ପଇଟାଲ, ରେଡ଼୍ ସ୍ୱସ୍ତିକ୍‌ର ସଦସ୍ୟ ସାଗର ମିଶ୍ର ଓ ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ଯୋଗଦେଇ କମ୍ ବୟସରେ ଲୋହିତାକ୍ଷଙ୍କ ପରି ମହତ୍ ଚିନ୍ତାଧାରା ଓ ଉଦ୍ୟମକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ । ଏହା ସହ ରକ୍ତଦାନକୁ ନେଇ ହୋଇଥିବା ଏକ ସ୍ୱତନ୍ତ୍ର ଗୃପ କ୍ଲବ୍ ୧୮ରେ ଲୋହିତାକ୍ଷ ନିଜକୁ ସାମିଲ୍ କରିଥିଲେ । ଶିବିରରୁ ସଂଗୃହୀତ ହୋଇଥିବା ରକ୍ତ ଥାଲେସେମିଆ ଶିଶୁଙ୍କ ଉଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଥିଲା ।

loading...

Leave A Reply

Your email address will not be published.