Breaking

ରେଡ଼୍ ସ୍ୱସ୍ତିକ୍ ସୋସାଇଟି ପକ୍ଷରୁ ଶ୍ରବଣ –ବାକ୍ ଶକ୍ତି ବାଧିତ ବ୍ୟକ୍ତିଙ୍କ ପାଇଁ ନିଃଶୁଳ୍କ ଚିକିତ୍ସା ସେବାର ଶୁଭାରମ୍ଭ

0

ରାଜ୍ୟର ଅଗ୍ରଣୀ ସମାଜସେବା ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ପକ୍ଷରୁ ଓଡ଼ିଶାରେ ପ୍ରଥମଥର ପାଇଁ ଆର୍ଥିକ ଅନଗ୍ରସର ଶ୍ରବଣ-ବାକ୍ ଶକ୍ତିବାଧିତ ବ୍ୟକ୍ତିମାନଙ୍କ ପାଇଁ ନିଶୁଳ୍କ ଚିକିତ୍ସା ସେବାର ଶୁଭାରମ୍ଭ କରାଯାଇଛି । ଉକ୍ତ ସେବା ଦ୍ୱାରା ଦାରିଦ୍ର ସୀମାରେଖା ତଳେ ରହୁଥିବା ଶ୍ରବଣ-ବାକ୍ ଶକ୍ତି ବାଧିତ ବ୍ୟକ୍ତିମାନେ ନିଜର କର୍ଣ୍ଣ ଓ ବାକ୍ ପରୀକ୍ଷା, ଅସ୍ତ୍ରୋପଚାର ଏବଂ କର୍ଣ୍ଣଯନ୍ତ୍ର ଇତ୍ୟାଦି ସେବା ସଂପୂର୍ଣ୍ଣ ରୂପେ ମାଗଣାରେ ପାଇପାରିବେ । ଭୁବନେଶ୍ୱର ଆଇଆର୍‌ସି ଭିଲେଜ୍ ସ୍ଥିତ କମ୍ୟୁନିଟି ହଲ୍‌ଠାରେ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳିର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ଯୋଗଦେଇ ଏହି ଚିକିତ୍ସା ସେବାର ଶୁଭ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ରାଜ୍ୟ କମିଶନର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଶ୍ରୀମତୀ ସୁଲୋଚନା ଦାସ, ଭାରତ ସରକାରଙ୍କ ଅଲ୍ଲୀ ୟାବର ଜଙ୍ଗ୍ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସ୍ପିଚ୍ ଆଣ୍ଡ୍ ହିଅରିଂ ଡ଼ିଜାବିଲିଟିର ସହ-ନିର୍ଦ୍ଦେଶକ ଲାନୁବଏ ଆଇମୋ, ପ୍ରଫେସର୍ ଡ଼ା. ଦିଲ୍ଲୀପ ମହାପାତ୍ର, ଚାଟାର୍ଡ଼ ଆକାଉା ଶରତ ଚନ୍ଦ୍ର ଭଦ୍ରା, ବିଶିଷ୍ଟ ଜ୍ୟୋର୍ତିବିଦ୍ ପଣ୍ଡିତ୍ ଶ୍ରୀପତି ଆଚାର୍ଯ୍ୟ ଯୋଗଦାନ କରିଥିଲେ । ଅତିଥିମାନଙ୍କ ସହିତ ରେଡ଼୍ ସ୍ୱସ୍ତିିକ ସୋସାଇଟିର ସଭାପତି ବିଜୟ ଆଚାର୍ଯ୍ୟ ଏବଂ ସଚିବ ଓ କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସଂଗଠନର ଏଭଳି ପଦକ୍ଷେପ ଓ ପ୍ରୟାସକୁ ଉପସ୍ଥିତ ଅତିଥିମାନେ ଭୂୟସୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ । ଏହି ଚିକିତ୍ସା ସେବା ନିରନ୍ତର ନିରବଚ୍ଛିନ୍ନ ରୂପେ ଜାରି ରହିବା ସହ ଆବଶ୍ୟକୀୟ ସରକାରୀ ସ୍ତର ହେଉ କି ବେସରକାରୀ ସ୍ତରରେ ସହଯୋଗ ମିଳିଲେ ଅଧିକରୁ ଅଧିକ ଲୋକ ସେବା ପାଇପାରିବେ ବୋଲି ସଚିବ ଓ କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ ୨୦୧୮ରୁ ରେଡ଼୍ ସ୍ୱସ୍ତିକ୍ ସୋସାଇଟି, ଓଡ଼ିଶା ଶାଖା ପକ୍ଷରୁ କୋଲକତା, ଶ୍ରକାକୁଲମ୍‌, ଉରାଖଣ୍ଡ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଓଡ଼ିଶା ରାଜ୍ୟର ପାଖାପାଖି ୮୦୦ଶହରୁ ଉର୍ଦ୍ଧ୍ୱ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ କୃତ୍ରିମ ଅଙ୍ଗ ନିଶୁଳ୍କ ଲଗାଇସାରିଛି । ଏହା ସହ ସମାଜସେବା କ୍ଷେତ୍ରରେ ରେଡ଼୍ ସ୍ୱସ୍ତିକ୍ ସର୍ବଦା ଲୋକଙ୍କ ସହିତ ରହିବା ସହ ଆଗାମୀ ଦିନରେ ନୂତନ ଜନହୀତକାରୀ ପଦକ୍ଷେପ ମାନ ଗ୍ରହଣ କରାଯିବବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

loading...

Leave A Reply

Your email address will not be published.