Breaking

ଭାରତୀୟ ଯୋଗ ଚିକିତ୍ସକ ସଂଘ ଓଡିଶା ଶାଖାର ବୈଠକ

0

ଭାରତୀୟ ଯୋଗ ଚିକିତ୍ସକ ସଂଘ, ଓଡିଶା ଶାଖା କୋର କମିଟି ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ , ଜୟଦୁର୍ଗା କଲୋନୀ, ବମୀଖାଲ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ସଂଘ ର ଅଧକ୍ଷ ଶ୍ରୀ ଗଦାଧର ମହାପାତ୍ର, ସଭାପତି ଶ୍ରୀ ବନମାଳୀ ରଥ, ରାଜ୍ୟ ସମ୍ପାଦକ ଶ୍ରୀ ଆଦିତ୍ୟ କୁମାର ଜେନା, ସହ ସମ୍ପାଦକ ଦ୍ୱୟ ଡାକ୍ତର ଅୟଶକାନ୍ତ ଦାସ ଓ ଶ୍ରୀ ମନୋଜ ମୁଖାର୍ଜୀ, ରାଜ୍ୟ ଗଣ ମାଧ୍ୟମ ପ୍ରତିନିଧି ଶ୍ରୀ ଅଜିତ ନାୟକ, ରାଜ୍ୟ କୋସାଧକ୍ଷ ଶ୍ରୀ ଅଶ୍ୱିନୀ ପତ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ। ସଂଘ ର ଓଡିଶା ଶାଖା ର ଏକ ଟ୍ରଷ୍ଟ ରେଜିଷ୍ଟ୍ରେସନ କରାଯିବାର ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାର 30 ଟି ଜିଲ୍ଲାରେ 1500 ଯୋଗ ଥେରାପିଷ୍ଟ ମାନଙ୍କର ନିଯୁକ ୍ତିକରଜାଛି ସେମାନଙ୍କ ପାଇଁ ସଙ୍ଘ ର କାର୍ଯ୍ୟ ବିସ୍ତାର ଓ ପ୍ରଶିକ୍ଷଣ ଶିବିର 100 ଘଣ୍ଟା ର ଯୋଜନା ପ୍ରସ୍ତୁତି କରାଗଲା। ଆଗାମୀ ଦିନରେ ଯୋଗଥେରାପି କୁ ଆଧାର କରି ଏକ ସୁସ୍ଥ , ନିରୋଗ ସମାଜ ଗଠନ କରିବାକୁ ସଂକଳ୍ପ ନିଆଯାଇଥିଲା।
ଶେଷରେ ସମ୍ପାଦକ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

loading...

Leave A Reply

Your email address will not be published.