Breaking

ନିରନ୍ତର ସେବାରେ ‘ରେଡ୍‌ ସ୍ବସ୍ତିକ୍’

କମିଶନରେଟ୍‌ ପୁଲିସକୁ ୫୦୦ ଭାଇଜର୍‌, ସଫେଇ କର୍ମଚାରୀଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କରୋନା ମହାମାରୀ ସମୟରେ ସାରା ସମାଜ ଶୁପ୍ତ ଥିବାବେଳେ ସମାଜର ସୁରକ୍ଷାରେ ପୋଲିସ୍ ବାହିନୀ ସଦାଜାଗ୍ରତ।ସଂକ୍ରମଣକୁ ଭୟ ନକରି ସେମାନେ ସେବା ଯୋଗାଇ ଆସୁଛନ୍ତି। ସେହି ଯୋଦ୍ଦାଙ୍କ ସୁରକ୍ଷା ନିମିତ୍ତ ରେଡ୍ ସ୍ବସ୍ତିକ୍ ଓଡିଶା ଶାଖା ପକ୍ଷରୁ କମିସନରେଟ୍ ପୋଲିସ୍ ଅଫିସ୍ ଠାରେ ୫୦୦ ଭାଇଜର ପୋଲିସ କମିସନର ଡଃ ସୁଧାଂଶୁ ସରଙ୍ଗୀ ଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଛି। ଏହା ସହ ରେଡ୍ ସ୍ବସ୍ତିକ୍ ଓ ବ୍ୟାଙ୍କରସ୍ ଆସୋସିଏସନ ପକ୍ଷରୁ ବିଏମ୍ସି କମଚାରୀ ମାନଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି।ଏହି ଅବସରରେ ରେଡ୍ ସ୍ବସ୍ତିକ୍ ଓଡ଼ିଶା ଶାଖାର ସଚିବ ତଥା କୋଷାଧକ୍ଷ ଦେବାଶିଷ୍ ପଟ୍ଟନାୟକଙ୍କ ସହ ଅନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ। ଆଗାମୀ ଦିନର ରେଡ୍ ସ୍ବସ୍ତିକ୍ ପକ୍ଷରୁ ଏହି ଭଳି ଅନନ୍ୟ ପ୍ରୟାସ ଜାରି ରହିବ ବୋଲି ସଚିବ ମତପ୍ରକାଶ କରିଥିଲେ।

loading...

Leave A Reply

Your email address will not be published.