Breaking

ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା, ଆଇ.ଡ଼ି.ଏସ୍ ଓ ନୟାପଲ୍ଲୀ କମ୍ୟୁନିଟି କେୟାର ଆସୋସିଏସନ୍ ପକ୍ଷରୁ ନିଶୁଳ୍କ ଦନ୍ତ ଚିକିତ୍ସା ଶିବିର

0

ଭୂବନେଶ୍ୱର : ଓଡ଼ିଶାର ଅଗ୍ରଣୀ ସମାଜସେବା ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା, ଆଇ.ଡ଼ି.ଏସ୍ (ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ) ଏବଂ ନୟାପଲ୍ଲୀ କମ୍ୟୁନିଟି କେୟାର ଆସୋସିଏସନ୍‌ର ମିଳିତ ସହଯୋଗରେ ନୟାପଲ୍ଲୀ ସ୍ଥିତ କମ୍ୟୁନିଟି କେୟାର ଆସୋସିଏସନ୍ ଠାରେ ଏକ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ସଂପୂର୍ଣ୍ଣ ରୂପେ ନିଶୁଳ୍କ ଦନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭୂବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳିର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୂବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ଓ ୱାର୍ଡ଼ ନଂ ୨୫ର କର୍ପୋରେଟର୍ ଶ୍ରୀମତୀ ମାନସୀ ସୁନ୍ଦରାୟ ଯୋଗେଦେଇ ଏହି ଚିକିତ୍ସା ଶିବିରର ଶୁଭ ଉଦ୍‌ଘାଟନ କରିଥିଲେ । ଅତିଥିମାନଙ୍କ ସହିତ ରେଡ଼୍ ସ୍ୱସ୍ତିକ୍ ସୋସାଇଟିର ସଭାପତି ବିଜୟ ଆଚାର୍ଯ୍ୟ ଏବଂ ସଚିବ ଓ କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସଂଗଠନର ଏଭଳି ପଦକ୍ଷେପ ଓ ପ୍ରୟାସକୁ ଉପସ୍ଥିତ ଅତିଥିମାନେ ଭୂୟସୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ । ଏହି ଚିକିତ୍ସା ସେବା ନିରନ୍ତର ନିରବଚ୍ଛିନ୍ନ ରୂପେ ଜାରି ରହିବା ସହ ଆଗାମୀ ଦିନରେ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ଶ୍ରୀ ଦେବାଶିଷ ପଟ୍ଟନାୟକ ମତ ଦେଇଥିଲେ । ସୂଚନାଯୋଗ୍ୟ ୨୦୧୮ରୁ ରେଡ଼୍ ସ୍ୱସ୍ତିକ୍ ସୋସାଇଟି, ଓଡ଼ିଶା ଶାଖା ପକ୍ଷରୁ କୋଲକାତା, ଶ୍ରୀକାକୁଲମ୍‌, ଉତ୍ତରାଖଣ୍ଡ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଓଡ଼ିଶା ରାଜ୍ୟର ପାଖାପାଖି ୮୦୦ ଶହରୁ ଉର୍ଦ୍ଧ୍ୱ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ କୃତ୍ରିମ ଅଙ୍ଗ ନିଶୁଳ୍କ ଚିକିତ୍ସା ସେବା ଯୋଗାଯାଉଛି । ଏହା ସହ ସମାଜସେବା କ୍ଷେତ୍ରରେ ରେଡ଼୍ ସ୍ୱସ୍ତିକ୍ ସର୍ବଦା ଲୋକଙ୍କ ସହିତ ରହିବା ସହ ଆଗାମୀ ଦିନରେ ନୂତନ ଜନହୀତକାରୀ ପଦକ୍ଷେପମାନ ଗ୍ରହଣ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶ୍ରୀ କୁନାଲ୍ କିଶୋର ଦାସ, ସାଗର ବାଳା ମିଶ୍ର, ରିମ୍‌ଝିମ୍ ପଣ୍ଡା, ଗୀତିକା ପଟ୍ଟନାୟକ ଓ ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.