Breaking

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ରେ ହିନ୍ଦୀ ବିଭାଗର ପୁରାତନ ଛାତ୍ରୀ ସମ୍ମିଳନୀ ଅନୁଷ୍ଠିତ

0

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ରେ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଅନୁମତି କ୍ରମେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଚଣ୍ଡି ଚରଣ ରଥଙ୍କ ଅଧ୍ୟକ୍ଷତାରେ ତଥା ହିନ୍ଦୀ ବିଭାଗର ମୁଖ୍ୟା ଡ଼ ସ୍ନେହଲତା ଦାସଙ୍କ ସୁସମ୍ପାଦନା ରେ ହିନ୍ଦୀ ବିଭାଗର ପୁରାତନ ଛାତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ହିନ୍ଦୀ ବିଭାଗର ବରିଷ୍ଠ ବିଦ୍ୱାନ ଡ଼ ସୁଧାଂଶୁ କୁମାର ନାୟକ ଯୋଗଦାନ କରି ଛାତ୍ରୀ ମାନଙ୍କୁ ଉଦବୋଧନ କରିଥିଲେ। ଏହି ସମ୍ମିଳନୀରେ ହିନ୍ଦୀ ବିଭାଗର ସର୍ବୋଚ୍ଚ ନମ୍ବର ପ୍ରାପ୍ତ ସ୍ନାତକ ତଥା ସ୍ନାତକୋତ୍ତର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଏଥିରେ ଶୈଳବାଳା ସ୍ଵୟଂଶାସିତ ମହାବିଦ୍ୟାଳୟର ବିଭାଗ ମୁଖ୍ୟ ଡ଼ ସୁଶାନ୍ତ କୁମାର ବିଶ୍ବାଳ, ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ଡ଼. କୁନା ପଣ୍ଡା ଓ ଡ଼. ବିମଳା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ହିନ୍ଦୀ ବିଭାଗର ମୁଖ୍ୟା ଡ଼ ସ୍ନେହଲତା ଦାସ ସ୍ଵାଗତ ଭାଷଣ ଦେଇଥିବା ବେଳେ ଅତିଥି ଅଧ୍ୟାପିକା ବିଷ୍ଣୁପ୍ରିୟା ଭୁକ୍ତା ମଞ୍ଚ ପରିଚାଳନା ତଥା ରଶ୍ମିରେଖା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ୮୦ରୁ ଉର୍ଦ୍ଧ ଏଥିରେ ଯୋଗଦାନ କରି ଏହି ସମ୍ମିଳନୀକୁ ସାଫଲ୍ୟ ମଣ୍ଡିତ କରିଥିଲେ।

loading...

Leave A Reply

Your email address will not be published.