Breaking

ବର୍ଷା ଆଲର୍ଟ।୧୧ ଜିଲ୍ଲାକୁ ସତର୍କ ସୂଚନା

୫ରୁ ବଢିବ ଶୀତ ଲହରି

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ରାଜସ୍ଥାନରୁ ଝାଡଖଣ୍ଡ ମଧ୍ୟରେ ସୃଷ୍ଟି ହୋଇଥିବା ଟ୍ରାପ ଲାଇନ ପ୍ରଭାବରେ ସାରା ରାଜ୍ୟରେ ହାଲକା ବର୍ଷା ଜାରି ରହିଛି । ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡିଶାରେ ଘଡଘଡି ସହ ବର୍ଷା ହେବା ସହ କିଛି ସ୍ଥାନରେ କୁଆପଥର ବର୍ଷା ହେବା ସମ୍ଭାବନା ରହିଛି । କଳହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି , ରାୟଗଡା, ଅନୁଗୁଳ, କଟକ , ଖୋର୍ଧା, ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜରେ ବର୍ଷା ହେବ ।ସୂଚନାନୂସାରେ ସୋନପୁରରେ ସର୍ବାଧିକ ୩୧.୨ , ଝାରୁସୁଗୁଡାରେ ୧୮.୯,ବଲାଙ୍ଗୀରରେ ୧୫.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆସନ୍ତା ୫ ତାରିଖରୁ ଥଣ୍ଡା ପୁଣି ବଢ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

loading...

Leave A Reply

Your email address will not be published.