Breaking

ତମାଣ୍ଡୋ ରୁ ଟାର୍ଗେଟ

ଗର୍ଜିଲେ ଯୁବରାଜ।

0

ଭୂବନେଶ୍ବର :ଆସ୍କନ ମୁଡରେ ରାହୁଲ।ଓଡିଶା କଂଗ୍ରେସ ଆୟୋଜିତ ସମାବେଶରେ ବିରୋଧିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ହାଇକମାଣ୍ଡ। ମୋଦି ସରକାରଙ୍କ ବିରୋଧ ରେ ବିଶୋଦଗାର କରିଛନ୍ତି ରାହୁଲ। କେନ୍ଦ୍ର ସରକାରଙ୍କ ରାଫେଲ ଦୁର୍ନିତି ହେଉ ବା ଚାଷି ମାନଙ୍କ ବିଷୟରେ ହେଉ ବିଭିନ୍ନ ବିଷୟକୁ ନେଇ ଆକ୍ରମଣ କରିଛନ୍ତି ରାହୁଲ। ମୋଦିଙ୍କୁ ଚୌକିଦାର ଚୋର କହି ନବୀନଙ୍କ ମଧ୍ୟ ଛାଡି ନାହାନ୍ତି।କେନ୍ଦ୍ର ରେ ମୋଦି ଓ ଓଡିଶାରାଜ୍ୟ ରେ ନବୀନଙ୍କ ମଧ୍ୟରେ ମଧୁଚନ୍ଦ୍ରିକି ଚାଲିଛି ବୋଲି ଆକ୍ଷେପ କରିଛନ୍ତି। ଯୋଜନା ହେଉଛି କିନ୍ତୁ ଜନ ସାଧାରଣଙ୍କ ପାଖରେ କାହିକି ପହଞ୍ଚି ପାରୁନି ବୋଲି କଂଗ୍ରେସ ଅଧକ୍ଷ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏହି ସହ ବେରୋଜଗାରି ଓ କୁଆଡେ ଗଲା ପ୍ରତି ଗରିବଙ୍କ ଖାତାକୁ ପନ୍ଦର ଲକ୍ଷ କହି ବିରୋଧିଙ୍କୁ ଟାର୍ଗେଟ କରିଛନ୍ତି।ରାଜନୀତିର ଏହି ଆରୋପ ପ୍ରତିଆରୋପ ଭିତରେ ରାହୁଲଙ୍କ ଏହି କଡା ଆଭିମୁଖ୍ୟ କଂଗ୍ରେସ ନେତା ଓ କର୍ମିଙ୍କ ମନରେ ଗଭୀର ଉତ୍ସାହ ଭରିବା ସହ ବିରୋଧିଙ୍କୁ ରାଜନିତିକ ଖୋରାକ ଯୋଗାଇଛି। ତେବେ ରାହୁଲଙ୍କ ଏହି ସରକାର ବିରୋଧି କଡା ଆଭିମୁଖ୍ୟ କେତେ ଦିନ ଯାଏ ବଳବତ୍ତର ରହୁଛି ତା ଦେଖିବା ବାକି ରହିଲା।

loading...

Leave A Reply

Your email address will not be published.