ଭୁବନେଶ୍ୱର: ବିଜେଡି ଉପସଭାପତି ତଥା ବରିଷ୍ଠ ନେତା ରଘୁନାଥ ମହାନ୍ତି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡିର ପ୍ରାଥମିକ ସଦସ୍ୟତା ସହ ଉପସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି। ଗତକାଲି ରଘୁନାଥ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। କିନ୍ତୁ ବିଜେଡ଼ିର ଟିକେଟ ବଣ୍ଟନ କାର୍ଯ୍ୟରେ ସେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି ।
ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଟିକେଟ୍ ବଣ୍ଟନରେ ଅସନ୍ତୁଷ୍ଟ ବ୍ୟକ୍ତ କରି ଭଦ୍ରକର ସାଂସଦ ଅର୍ଜୁନ ଚରଣ ସେଠୀ ଓ ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା ଶାସକ ବିଜେଡ଼ି ଦଳ ଛାଡ଼ିଥିଲେ।
Breaking
ପିପିଏଲ୍ ଓଡ଼ିଆ ତରଫରୁ ପ୍ରେରଣାଦାୟୀ ୨୦୨୫ ଅୟୋଜିତLooks Salon Expands in Bhubaneswar with the Opening of Its Third Branch in PatiaAdani Solar partners with Khetan Group to expand retail distribution in Orissa.Galaxy F06 5G, Samsung’s Most Affordable 5G Smartphone Starting at Just INR 9499, Goes on SaleInternational Multidisciplinary Conference on Science, Education, and Management Concludes Successfully in Bhubaneswar