Breaking

ଅବସର ନେଲେ ପି.ଭି. ସିନ୍ଧୁ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଅଲମ୍ପିକ୍ସ ରେ ରୌପ୍ୟ ପଦକ ବିଜେତା ପି.ଭି ସିନ୍ଧୁ ଅବସର ଘୋଷଣା କରିଛନ୍ତି। ଟୁଇଟର ରେ ଅବସର ସମ୍ବନ୍ଧରେ ଗୋଟିଏ ପୋଷ୍ଟ କରିଛନ୍ତି ସେ। ଡେନମାର୍କ ଓପନ୍ ତାଙ୍କ ପାଇଁ ଶେଷ ଶୃଙ୍ଖଳ ଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି।
ତାଙ୍କ ପୋଷ୍ଟ ଅନୁଯାୟୀ, କିଛି ଦିନ ହେବ ତାଙ୍କ ମନଦଶା ଭଲ ନଥିବା ନେଇ ସେ ସୂଚନା ଦେଇଥିଲେ। ତାଙ୍କ ବିପକ୍ଷରେ ଯେତେ ଭଲ ଖେଳାଳି ଥିଲେ ବି ସେ ତାକୁ ପରାସ୍ତ କରିପାରିବେ କିନ୍ତୁ ସମସ୍ତେ ଗୋଟିଏ ଛୋଟ ଭାଇରସ ଆଗରେ ହାର ମାନି ଯାଇଛନ୍ତି ବୋଲି ସେ କହିଛନ୍ତି। ଏହି ଭାଇରସ ପାଇଁ ସମସ୍ତେ ଗୋଟିଏ ସ୍ଥାନରେ ବନ୍ଦୀ ହୋଇ ରହିବା ସହ ଧୀରେ ଧୀରେ ଏହି ଭାଇରସ ପାଇଁ ଲୋକଙ୍କ ମନରେ ଭୟ କମିବା ଦେଖା ଯାଉଛି ବୋଲି ସେ କହିଛନ୍ତି। ପରବର୍ତ୍ତୀ ପିଢ଼ି ପାଇଁ ଗୋଟିଏ ଉଦାହରଣ ହେବା ସହ ସମସ୍ତେ ମିଶି ଏହି ଭାଇରସ କୁ ପରାସ୍ତ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି। ତେବେ ଏହିପରି ଏକ ଛୋଟ ହୃଦଘାତ ଦେବା ସମ୍ବନ୍ଧରେ ସେ କହିଛନ୍ତି ଯେ ଆମେ ସମସ୍ତେ ଏବେ ଏହି ପରିସ୍ଥିତିର ଗମ୍ଭୀରତାକୁ ଅନୁଶୀଳନ କରିବା ଆବଶ୍ୟକ।
କିନ୍ତୁ ନିଜ ଅଭ୍ୟାସ ଓ ତାଲିମ୍ ନେବା ସେ ବଜାୟ ରଖିବେ ବୋଲି ନିଜ ପୋଷ୍ଟରେ କହିଛନ୍ତି।
ତେବେ ନିଜ ପ୍ରଶଂସକ ମାନଙ୍କ ସହ ଏହି ଛୋଟ ମଜା କରିବା ପାଇଁ ତାଙ୍କୁ ଟ୍ରୋଲ୍ ର ଶିକାର ମଧ୍ୟ ହେବାକୁ ପଡ଼ିଛି। କରୋନାରୁ ସୁରକ୍ଷିତ ରହିବା ପାଇଁ ଅନୁରୋଧ କରିବା ପାଇଁ ନିଜ ଅବସର ବିଷୟରେ ଉଲ୍ଲେଖ କରି ଧ୍ୟାନ ଆକର୍ଷଣ କରିବା ତାଙ୍କ ପରି ଜଣେ ବ୍ୟକ୍ତିତ୍ଵଙ୍କୁ ଶୋଭା ଦିଏ ନାହିଁ ବୋଲି ପ୍ରଶଂସକ ମହଲରୁ କୁହାଯାଇଛି।

loading...

Leave A Reply

Your email address will not be published.