Breaking

ପୁରୁଷ କମିଶନ ସଙ୍ଗଠନ ତରଫରୁ ଅମ୍ରିତ୍ ପୁହାଣଙ୍କୁ ନ୍ୟାୟ ଦେବା ପାଇଁ ଜନଗର୍ଜନ ସମାବେଶ

0

ଭୁବନେଶ୍ୱର(୧୯.୦୧.୨୦୧୯): ପୁରୁଷ କମିଶନ ସଙ୍ଗଠନ ତରଫରୁ ଶତାଧିକ ଲୋକ ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋପ ପ୍ରଦର୍ଶନ କରିଥିଲେ। ଘଟଣାଟି ହେଲା ଭଦ୍ରକ ଜିଲ୍ଲାର କୋଦଣ୍ଡପୁର ଗ୍ରାମର ଶ୍ରୀମାନ ଅମ୍ରିତ୍ ପୁହାଣ ତାଙ୍କର ଜଣେ ସହପାଠିନୀଙ୍କୁ ଭଲ ପାଉଥିଲେ। ସେ ଜଣେ ପିତୃ ଛେଉଣ୍ଡ ଓ ଅତ୍ୟନ୍ତ ଗରିବ ପରିବାରର ୨୨ବର୍ଷିୟା ବିରଂଚି ନାରାୟଣ ମାଧବାର୍ଜ୍ଜୁନ ମହାବିଦ୍ୟାଳୟର ମେଧାବୀ ଛାତ୍ର ଥିଲେ। ଉଭୟଙ୍କ ପରିବାର ତାଙ୍କ ପ୍ରେମ ସମ୍ପର୍କକୁ ବିରୋଧ କରୁଥିଲେ। ସେଥିପାଇଁ ଉଭୟ ପୁଅ ଝିଅ ଘରୁ ଲୁଚି ବମ୍ବେ ପଳାଇଥିଲେ। ୪୩ଦିନ ପରେ ପୋଲିସ ସେମାନଙ୍କୁ ଖୋଜି ମୁମ୍ବାଇର ସିଲଭାସା ଥାନା ପାଖରୁ ଧରିଥିଲା। ବମ୍ବେରୁ ଉଡ଼ାଜାହଜ ଯୋଗେ କଲିକତା ଓ କଲିକତାରୁ ଟ୍ରେନ ଯୋଗେ ଭଦ୍ରକ ଆଣିବା ବାଟରେ ଅମ୍ରିତ୍ ଙ୍କ ମୃତ୍ୟୁ ହୋଇଯାଇଥିଲା। ଏ ନେଇ ପୋଲିସ କହୁଛନ୍ତି ଅମ୍ରିତ୍ ଟ୍ରେନ୍ ରୁ ଡେଇଁ ଆତ୍ମହତ୍ୟା କରିଛି ଓ ଅନ୍ୟପଟେ ଅମ୍ରିତ୍ ଙ୍କ ମା ଓ ପ୍ରତେକ୍ଷ୍ୟଦର୍ଶୀ କହୁଛନ୍ତି ଅମ୍ରିତ୍ ଙ୍କ ଦେହରେ ମାଡର ଦାଗ ଥିଲା ଓ ତାକୁ ଟ୍ରେନରୁ ପେଲି ମାରିଦେଇଛନ୍ତି। ପୋଲିସ କଷ୍ଟଡିରେ ଅମ୍ରିତ୍ ଙ୍କ ମୃତ୍ୟୁ ହୋଇଥିବାରୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ସଂର୍ମ୍ପୂକ୍ତ ପୋଲିସ୍ ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିକ୍ଷୋପ ପ୍ରଦର୍ଶନ କରାଯାଇଥିଲା।

loading...

Leave A Reply

Your email address will not be published.