Breaking

ରାଜ୍ୟ ସରକାରଙ୍କ ଭତ୍ତା ଭେଟି ।

୩୦୦ ବଦଳରେ ଏଣିକି ମିଳିବ ୫୦୦ ଟଙ୍କା, ୮୦ ବର୍ଷ ହୋଇଥିଲେ ପାଇବେ ବାର୍ଦ୍ଧକ୍ୟ ଭତ୍ତା ।

0

ଭୂବନେଶ୍ବର:ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ୨୦୦ ଟଙ୍କା ସୁରକ୍ଷା ଭତ୍ତା ବୃଦ୍ଧି କରିଛନ୍ତି । ସାମାଜିକ ସୁରକ୍ଷା ଭତା ପାଉଥିବା ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନ କ୍ଷମ ଓ ଅସହାୟ ମହିଳାଙ୍କ ପାଇଁ ମାସିକ ୨ଶହ ଟଙ୍କା ଭତ୍ତା ବୃଦ୍ଧି କରିଛନ୍ତି । ଫଳରେ ୩ଶହ ଟଙ୍କା ଭତା ପାଉଥିବା ହିତାଧିକାରୀ ୫ଶହ ଟଙ୍କା ପାଇବେ । ସେହିପରି ୮୦ ବର୍ଷରୁ ଅଧିକ ବୟସ୍କ ମାସିକ ୭ଶହ ଟଙ୍କା ଭତ୍ତା ପାଇବେ । ଆଗାମି ଫେବ୍ରୁଆରୀ ୧୫ ତାରିଖରୁ ମଧୁବାବୁ ପେନସନ ଯୋଜନାରେ ଏହି ଅଧିକ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।ଏହାଦ୍ବାରା ରାଜ୍ୟର ୪୮ଲକ୍ଷ ଲୋକ ଉପକୃତ ହେବେ । ଏଥିସହ ଆଜି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂରେ ଆଲୋଚନା କରି ୧୦ଟି ଜିଲ୍ଲାର ୧୦ଟି ବ୍ଲକ ପାଇଁ ୪୦କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପର୍ଯ୍ୟନ୍ତ ମୋଟ ୩୦୬ଟି ବ୍ଲକରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପହଁଚି ପାରିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି  ।

loading...

Leave A Reply

Your email address will not be published.