Breaking

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ କଲେ ପୋଲିସ ବାବୁ

0

ପୁରୀ : ପୁଣି ପୁରୀ ଶ୍ରୀମନ୍ଦିର ପରିସରର ଫଟୋ ଭାଇରାଲ୍‌ ହୋଇଛି। ପୋଲିସ ଅଧିକାରୀ ଜଣକ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ କରିଛନ୍ତି । ସେ ହେଲେ ପୁରୀ ସମୁଦ୍ରକୂଳ ଥାନା ଆସିଷ୍ଟାଣ୍ଡ୍‌ ସବଇନସ୍ପେକ୍ଟର୍‌ ଦିଲ୍ଲୀପ ପଣ୍ଡା । ଏଏସ୍‌ଆଇ ଦିଲ୍ଲୀପ ପଣ୍ଡା ଆଜି ମହାଳୟା ଅବସରରେ ଶ୍ରୀମନ୍ଦିର ବାଇଶି ପାହାଚରେ ପିତୃପକ୍ଷଙ୍କୁ ପିଣ୍ଡଦାନ କରିଥିଲେ ।ଏଏସ୍‌ଆଇ ପିଣ୍ଡଦାନ ସମୟର ଫଟୋ ଉଠାଇ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ୍‌ କରିଛନ୍ତି । ଶ୍ରୀମନ୍ଦିର ଭିତରେ ଥାଇ ସେ ସେଲ୍‌ଫି ନେଇଥିବା ଫଟୋରେ ଦେଖିବାକୁ ମିଳିଛି । ଜଣେ ପୁଲିସ୍ ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏହାକୁ ନେଇ ତାଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।କିନ୍ତୁ ତାଙ୍କର ଏଭଳି କାର୍ଯ୍ୟକଳାପ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

loading...

Leave A Reply

Your email address will not be published.