Breaking

ଆଉ ହେବନି ଚିକେନ ଡିନର

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଭାରତୀୟ ବ୍ୟବହାରକାରୀ ଙ୍କ ପାଇଁ ପବଜି ଖେଳ ଆଜି ଠାରୁ ସମ୍ପୂର୍ଣ୍ଣ ଭାବେ ବନ୍ଦ। ଏ ନେଇ କମ୍ପାନୀ ପକ୍ଷରୁ ଗୋଟିଏ ଫେସବୁକ୍ ପୋଷ୍ଟ ରେ ସୂଚନା ଦିଆଯାଇଛି।
ଟେନ୍ସେଣ୍ଟ ପକ୍ଷରୁ ଜାରି ହୋଇଥିବା ଫେସବୁକ୍ ପୋଷ୍ଟ ରେ ସେପ୍ଟେମ୍ବର ୨ ରେ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ଭାରତରେ ପବଜି ଏବଂ ପବଜି ଲାଇଟ୍ ଆଉ ଉପଲବ୍ଧ ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ତାଙ୍କ ବ୍ୟବହାରକାରୀଙ୍କ ଠାରୁ ବିଦାୟ ନେବା ପାଇଁ ଦୁଃଖ ପ୍ରକାଶ କରିବା ସହ ତାଙ୍କ ତଥ୍ୟର ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି ବୋଲି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୨ ରେ ଭାରତ ସରକାର ୧୧୮ ଟି ଆପ୍ ବ୍ୟାନ୍ କରିଥିବା ବେଳେ ପବଜି ସେଥିରୁ ଅନ୍ୟତମ ଥିଲା। ଏହାପରେ ତାହା ଆପ ଷ୍ଟୋର ଆଉ ପ୍ଲେ ଷ୍ଟୋର ରୁ ହଟାଇ ଦିଆଯାଇଥିଲା। କିନ୍ତୁ ପୂର୍ବରୁ ଯେଉଁମାନେ ଏହି ଆପ ରଖିଥିଲେ ସେମାନେ ବ୍ୟବହାର କରିପାରୁଥିଲେ। କିନ୍ତୁ ଆଗାମୀ ଦିନ ମାନଙ୍କରେ ଭାରତରେ ଆଉ ଏହି ଗେମ୍ କେହି ଖେଳି ପାରିବେ ନାହିଁ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

loading...

Leave A Reply

Your email address will not be published.