Breaking

ସ୍ୱାଧୀନତା ଦିବସ ପରେଡରେ ଅଂଶଗ୍ରହଣ କରିବେ ନାହିଁ ଛାତ୍ରଛାତ୍ରୀ

0

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ସ୍ୱାଧୀନତା ଦିବସ ପରେଡ଼ ଉତ୍ସବରେ ଭାଗ ନେବେନି କୌଣସି ସ୍କୁଲ ପିଲା। ଲଘୁଚାପ ଜନିତ ବଡ଼ ବର୍ଷା ସମ୍ଭାବନା ଥିବାରୁ ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ଗୃହ ବିଭାଗ।ଏହା ସହ ସମସ୍ତ ଆରଡିସି ଏବଂ ଜିଲ୍ଲାପାଳଙ୍କୁ ଏନେଇ ବିଭାଗ ତରଫରୁ ଚିଠି ହୋଇଛି । କୌଣସି ସରକାରୀ ପରେଡ୍‌ରେ ପିଲା ଭାଗ ନେବେ ନାହିଁ ବୋଲି କୁହାଯାଇଛି। ତେଣୁ ସ୍କୁଲ୍‌ ପରେଡ୍‌ରେ ମଧ୍ୟ ପିଲାମାନେ ଭାଗ ନେଇପାରିବେ ନାହିଁ । ବର୍ଷା ବିତ୍ପାତକୁ ଆଖିରେ ରଖି ରାଜ୍ୟ ସରକାର ପ୍ରଥମ ଥର ପାଇଁ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଳା ସୂଚନା ଦେଇଛନ୍ତି ।

loading...

Leave A Reply

Your email address will not be published.