ଭୁବନେଶ୍ୱର:ପିପିଲି ଗଣଦୁଷ୍କର୍ମ ମାମଲାରେ ପୁଣି ଥରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଦୀପ ମହାରଥୀ । ସେ ପଞ୍ଚାୟତରାଜ ଓ କୃଷି ବିଭାଗ ଛାଡ଼ିଛନ୍ତି ।
ପିପିଲି ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତମାନେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ମନ୍ତ୍ରୀ ମହାରଥୀ ଅତି ଲଜ୍ଜାଜନକ ଓ ସମ୍ବେଦନଶୀଳ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ପୀଡ଼ିତାକୁ ନ୍ୟାୟ ମିଳିଛି । ସତ୍ୟର ଜୟ ହୋଇଛି । ଏହା ପରେ ବିଭିନ୍ନ ଆଡ଼ୁ ଉଭୟ ମନ୍ତ୍ରୀ ଏବଂ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଥିଲା ।ବିରୋଧୀ ବିଜେପି ଓ କଂଗ୍ରେସ ଜୋରଦାର ବିରୋଧ କରିଥିଲେ। ସେମାନେ ମହାରଥୀଙ୍କ ଇସ୍ତଫା ଦାବିରେ ଅଡ଼ି ରହିବା ସହ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ଦାବି କରି ଆସୁଥିଲେ।ମହିଳା କଂଗ୍ରେସ ପ୍ରଦୀପଙ୍କ ପୋଷ୍ଟରକୁ ଅଣ୍ଡା ମାଡ଼ କରିଥିବା ବେଳେ ବିଜେପି ମହିଳା ମୋର୍ଚା ମଧ୍ୟ ପ୍ରଦୀପଙ୍କ ଇସ୍ତଫା ଦାବି କରି ରାସ୍ତାକୁ ଓହ୍ଲାଇ ଥିଲା।ପୂର୍ବରୁ ୨୦୧୨ରେ ପିପିଲି ମାମଲାରେ ମଧ୍ୟ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।
Breaking
ୟୁନେସ୍କୋ ଏବଂ ଆଇ.ଆଇ.ଏମ୍.ଟି. ମିଳିତ ସହଯୋଗରେ ଆଲୋଚନା ଚକ୍ରରେଡ଼୍ ସ୍ୱସ୍ତିକ୍ ପକ୍ଷରୁ ୧୫ ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ବଣ୍ଟନଆଚାର୍ଯ୍ୟ ହରିହର କନିଷ୍ଠ ମହାବିଦ୍ୟାଳୟ ଏବଂ ଆଇ.ଆଇ.ଏମ୍.ଟିର ମିଳିତ ଆନୁକୁଲ୍ୟରେ ଆଲୋଚନା ଚକ୍ରଆର ଆଇ ଇଟି ଆନ୍ତର୍ଜାତୀୟ ବିଦ୍ୟାଳୟରେ ଜ୍ଞାନ ବିଜ୍ଞାନ ମେଳାExxonMobil elevates India’s motorsports scene by powering first F4 Championship and Season 2 of Indian Racing League