Breaking

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ

0

ଭୁବନେଶ୍ବର: ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ। ଏହା ୨୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଛୁଟିଦିନ ଓ ରବିବାର ସମେତ ପ୍ରତ୍ୟେକଦିନ ଅପରାହ୍‌ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଜନସାଧାରଣ ଉଦ୍ୟାନ ପ୍ରବେଶ କରିପାରିବେ। ରାଜଭବନ ପ୍ରବେଶ ରେ ସୁଖରିତ ଭାବେ ଯିବା ପାଇଁ ଅନୁରୋଧ କରାଯାଇଛି ରାଜଭବନ ପ୍ରବେଶ ରେ ଏଣେ ତେଣେ ଅରିଆ ପକେଇବାକୁ ଅନୁରୋଧ କରାଯାଇଛି ତେବେ ଉଦ୍ୟାନ ମଧ୍ୟକୁ ଅପରାହ୍ଣ ୫ଟା ମଧ୍ୟରେ ପ୍ରବେଶ କରି‌ବାକୁ ସୁଯୋଗ ମିଳିବ। ୱା‌ଟର ଫାଉଣ୍ଟେନ୍‌, ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌, ଗୋଲାପ ଉଦ୍ୟାନ, ହରିଣ ପାର୍କ, ମୟୂର, ବତକ, କକାଟେଲ୍‌ ପକ୍ଷୀଘର ସହିତ ଉଦ୍ୟାନର ସବୁଜିମା ପରିବେଶ ଉପଭୋଗ କରିହେବ। ପରିଦର୍ଶନ ସମୟରେ ରାଜଭବନ ପରିସରକୁ ଖାଦ୍ୟଦ୍ରବ୍ୟ ଏବଂ ଅନ୍ୟ ଆପତ୍ତିଜନକ ସାମଗ୍ରୀ ନଆଣିବା ସହ ସ୍ବଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବାକୁ ରାଜଭବନ ପକ୍ଷରୁ କରାଯାଇଛି।

loading...

Leave A Reply

Your email address will not be published.