Breaking

ବାରିପଦାରେ ୪୫୦୦ କୋଟିି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି

0

ଭୁବନେଶ୍ୱର : ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବାରିପଦାରେ ଆୟୋଜିତ ବିଶାଳ ଜନ ସମାବେଶରେ ସାମିଲ ହୋଇଛନ୍ତି ମୋଦି । ଏହି ଅବସରରେ ମୋଦି ଓଡିଶା ବାସୀଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ମୋଦି । ଏଥିସହିତ ହିଁ ବାରିପଦାରେ ୪୫ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାରି ଭିତରେ ରହିଛି ନୂଆ ସଡକପଥ, ରେଳପଥ, ଏଲପିଜି ପାଇପ୍ ଲାଇନ୍, ନୂଆ ପାସେଂଜର ଟ୍ରେନ ଏବଂ ଏକ ଲଜିଷ୍ଟିକ୍ସ ପାର୍କ । ତିନିଟି ରାଜପଥ ପ୍ରକଳ୍ପର ଭୂମି ପୂଜା କରିଛନ୍ତି ।

ଏହି ସଭାରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ସ୍ପଷ୍ଟ କରିଛନ୍ତି କି ତାଙ୍କ ସରକାର ଧ୍ୟାନ ସବ୍‌କା ସାଥ୍‌ ସବ୍‌କା ବିକାଶ ଉପରେ କେନ୍ଦ୍ରୀତ। ଦେଶରେ ଭିତ୍ତିଭୂମିର ପ୍ରସାର ଦ୍ୱାରା ସର୍ବାଙ୍ଗୀନ ବିକାଶ ହେବା ସହ ରୋଜଗାର ଉତ୍ସ ମଧ୍ୟ ସୃଷ୍ଟି ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ମତ ରଖିଛନ୍ତି। ବର୍ତ୍ତମାନ ଭିତ୍ତିଭୂମି ବିକାଶ ଲାଗି ଯେତିକି ଅର୍ଥ ଖର୍ଚ୍ଚ ହେଉଛି ଅତୀତରେ କୌଣସି ସରକାର ଏତେ ପରିମାଣର ଅର୍ଥ ଖର୍ଚ୍ଚ କରି ନ ଥିଲେ ବୋଲି ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି।
ସେହିପରି ବାଲେଶ୍ୱର- ହଳଦିଆ-ଦୁର୍ଗାପୁର ଏଲପିଜି ପାଇପ୍ ଲାଇନର୍ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପ୍ରକଳ୍ପ ପାଇଁ ୧୦୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ୨ଟି ରେଳ ଲାଇନ ମଧ୍ୟ ଲୋକାର୍ପିତ କରିଛନ୍ତି ମୋଦି । ବାଲେଶ୍ୱରଠାରେ ନିର୍ମିତ ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ପାର୍କର ମଧ୍ୟ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ସହ ଭଦ୍ରକ, କଟକ, ଆସ୍କା, ଯାଜପୁର, ଢେଙ୍କାନାଳ ଓ କେନ୍ଦୁଝରଠାରେ ନୂଆ ପାସପୋର୍ଟ ସେବା କେନ୍ଦ୍ର ଖୋଲାଯାଇଛି ।

loading...

Leave A Reply

Your email address will not be published.