Breaking

ଭୁବନେଶ୍ୱର ଏସିପି ସଞ୍ଜୀବ ଶତପଥୀଙ୍କ ପୁଅଙ୍କ ଆତ୍ମହତ୍ୟା

ଝୁଲନ୍ତା ଅବସ୍ଥାରେ ସରକାରୀ ବାସଭବନରୁ ମିଳିଲା ମୃତଦେହ

0

ଭୁବନେଶ୍ୱର: ପୋଲିସ ଅଧିକାରୀଙ୍କ ପୁଅଙ୍କ ଆତ୍ମହତ୍ୟା। ଗତକାଲି ବିଳମ୍ବିତ ରାତିରେ ଏସିପି ସଞ୍ଜୀବ ଶତପଥୀଙ୍କ ପୁଅ ଆତ୍ମହତ୍ୟା କରିଛନ୍ତି। ସରକାରୀ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା।ତାଙ୍କ ପୁଅ ଭୁବନେଶ୍ୱରର ଏକ ଘରୋଇ ସ୍କୁଲ୍‌ରେ ପାଠ ପଢ଼ୁଥିଲେ। ସେ ସପ୍ତମ ଶ୍ରେଣୀର ଛାତ୍ର ଥିଲେ।ତେବେ କେମିତି ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ । ଏସିପି ସଞ୍ଜୀବ ଶତପଥୀ ଭୁବନେଶ୍ୱର ସ୍ପେଶାଲ୍ ସ୍କ୍ୱାଡ୍‌ରେ ଅଛନ୍ତି।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

loading...

Leave A Reply

Your email address will not be published.