Breaking

ପାଟକୁରା ପ୍ରଗତି ମୋ ଦାୟିତ୍ବ :ମୁଖ୍ୟମନ୍ତ୍ରୀ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ପାଟକୁରା ନିର୍ବାଚନକୁ ମାତ୍ର ଗୋଟିଏ ଦିନ । ଆସନ୍ତା କାଲି ନିଜର ବହୁମୂଲ୍ୟ ଭୋଟ୍ ଦେଇ ପ୍ରତିନିଧି ବାଛିବେ ଭୋଟର୍ । ସମୟ ପାଖେଇବା ସହ ପ୍ରାର୍ଥୀଙ୍କ ହୃଦସ୍ପନ୍ଦନ ମଧ୍ୟ ବଢ଼ୁଛି । ଶାସକ ଓ ବିରୋଧୀ ଦଳ ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥକୁ ଜଗିଛି ପୋଲିସ୍ । କାଲି ଭୋଟ୍ ପଡ଼ିବାକୁ ଥିବାବେଳେ ଆଜି ଟ୍ୱିଟ୍ କରି ଶଙ୍ଖ ଚିହ୍ନରେ ଭୋଟ୍ ଦେବାପାଇଁ ଅନୁରୋଧ କରିଛନ୍ତି ବିଜେଡ଼ି ସଭାପତି । ପଞ୍ଚମଥର ପାଇଁ ସରକାର ଗଢ଼ିବା ପରେ ପାଟକୁରା ନିର୍ବାଚନ ବିଜେଡ଼ି ପାଇଁ ସମ୍ମାନର ପ୍ରଶ୍ନ । ବିଜେଡ଼ିର ଗଡ଼ ହୋଇଥିଲେ ମଧ୍ୟ ପାଟକୁରାକୁ ସାଧାରଣ ଭାବେ ନେବାକୁ ଚାହୁଁନାହାନ୍ତି ସୁପ୍ରିମୋ । ପାଟକୁରାରେ ବିଜେପିକୁ କାଉଣ୍ଟର କରିବା ପାଈ ନିଜେ ପ୍ରଚାର ମୈଦାନକୁ ଓଲ୍ହାଇବା ସହ ପାଟକୁରା କଥା ନିଜେ ବୁଝିବି ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ନବୀନ ।

loading...

Leave A Reply

Your email address will not be published.