Breaking

ବୁଣାକାରଙ୍କ ଶାଢ଼ୀ ପିନ୍ଧି ର‌୍ୟାମ୍ପରେ ଚାଲିଲେ

ପରିଚୟର ପ୍ରୋଜେକ୍ଟ ପରିଣୀତି

0

ଭୁବନେଶ୍ୱର: ପରିଚୟ ଫାଉଣ୍ଡେସନ୍‍ ପକ୍ଷରୁ ଓଡ଼ିଶାର ବୁଣାକାରମାନଙ୍କ ହସ୍ତତନ୍ତ ସାମଗ୍ରୀକୁ ନେଇ ପରିଣୀତି ପ୍ରୋଜେକ୍ଟ ଆରମ୍ଭ କର‌ାଯାଇଛି । ମାଣିଆବନ୍ଧ, ସମ୍ବଲପୁର, ସୋନପୁର, କୋଟପାଡ ଓ ବ୍ରହ୍ମପୁରର ଗରିବ ଶ୍ରେଣୀର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଶାଢ଼ୀକୁ ଅନ୍ତର୍ଜତୀୟ ବଜାରରେ ପହଞ୍ଚାଇବାକୁ ପ୍ରୟାସ ହୋଇଛି । ଏଥିପାଇଁ ଭୁବନେଶ୍ୱରରେ ଏକ ଏଥେନିକ୍‍ ରାମ୍ପ ସୋ ଆୟୋଜିତ ହୋଇଛି । ଅନେକ ବିଶିଷ୍ଟ ବ୍ୟକ୍ତି ବୁଣାକାରଙ୍କ ଶାଢ଼ୀ ପିନ୍ଧି ରାମ୍ପ ସୋ’ରେ ଚାଲିଛନ୍ତି । ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ୍‍, ପଦ୍ମଶ୍ରୀ ଅରୁଣା ମହାନ୍ତି, ଶାଶ୍ୱତ ଯୋଶୀ, ଅଭିନେତ୍ରୀ ଉଷଶ୍ରୀ ମିଶ୍ର, ଡା. ସୁଜାତା କର, ଡ. କାନାନାଥ କାଜି ପ୍ରମୁଖ ରାମ୍ପରେ ଚାଲିଛନ୍ତି ।
ପରିଚୟ ଫାଉଣ୍ଡେସନର ମୁଖ୍ୟ ରୋଜାଲିନ୍‍ ପାଟ୍ଟଶାଣୀ ମିଶ୍ର କହିଛନ୍ତି, ବୁଣାକାରଙ୍କ ହସ୍ତତନ୍ତ ସାମଗ୍ରୀ ଦେଶବିଦେଶରେ ଖ୍ୟାତି ପାଇଥିଲେ ବି ଲାଭାଂଶର ସ୍ୱଳ୍ପ ଅଂଶ ସେମାନେ ପାଉଛନ୍ତି । ପରିଣୀତି ମାଧ୍ୟମରେ ତାଙ୍କ ସାମଗ୍ରୀ ବିକ୍ରିକୁ ପ୍ରୋତ୍ସାହନ ଦେଇ ଲାଭାଂଶ ସିଧାସଳଖ ତାଙ୍କ ପାଖରେ ପହଞ୍ଚାଇବାକୁ ଆମେ କାମ କରୁଛୁ । କେନ୍ଦ୍ର ସରକାରଙ୍କ ବୟନ ମନ୍ତ୍ରଣାଳୟ ସହାୟତାରେ ଆମେ ଏହି ରାମ୍ପ ସୋ’ କରିଛୁ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଓ ଶିଶୁବିକାଶ ତଥା ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ । ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ଇତି ସାମନ୍ତ, ଡ. ଚିଦାରମିକା, ପୁରବୀ ଦାସ, ଦୀପ୍ତି ଦେବୀ, ସୁସ୍ମିତା ଦାସ, ଛନ୍ଦା ମିଶ୍ର, ଜୟଶ୍ରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ । ‘ପରିଣୀତି ସହ ପ୍ରତିଷ୍ଠାତା ଜୁନ୍‍ଥି ହୋତା ଶେଷରେ ଧନ୍ୟବାଦ ଦେଇଥିଲେ ।

loading...

Leave A Reply

Your email address will not be published.