Breaking

ନିଖିଳ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ ବୈଠକ

ବିରଞ୍ଚି ହେଲେ କାର୍ଯ୍ୟକାରୀ ସଭାପତି, ପାନ୍ଥନିବାସର ଘରୋଇକରଣ ବନ୍ଦ ଦାବି

0

ଭୁବନେଶ୍ୱର: ନିଖିଳ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଛି । ଏଥିରେ ବିଜେଡି ନେତା ବିରଞ୍ଚି ନାରାୟଣ ମହାସୁପକାରଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଚୟନ କରାଯାଇଛି । ପାନ୍ଥନିବାସର ବିଭିନ୍ନ ୟୁନିଟ୍‍ର ଘରୋଇକରଣ ପାଇଁ ଥିବା ପ୍ରସ୍ତାବକୁ ବନ୍ଦ ପାଇଁ ପଦକ୍ଷେପ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
ରାଜଧାନୀରେ ଥିବା ପାନ୍ଥନିବାସରେ ଆଜି ଏହି ବୈଠକ ବସିଥିଲା । ବିଭିନ୍ନ ୟୁନିଟ୍‍ର କର୍ମଚାରୀମାନେ ଏଥିରେ ସାମିଲ ହୋଇଥିଲେ । ବୈଠକରେ ସର୍ବସମ୍ମତି କ୍ରମେ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ପୁଣି ଥରେ ସଂଘର ଉପଦେଷ୍ଟା ଓ ଅଶ୍ୱିନୀ କୁମାର ଦାସଙ୍କୁ ସଭାପତି ନିର୍ବଚିତ କର‌ାଯାଇଛି । ଆଗାମୀ ଦିନରେ ଉଭୟ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କ ବିଭିନ୍ନ ଦାବି ସରକାରଙ୍କ ପାଖରେ ରଖିବାକୁ ଆଲୋଚନା ହୋଇଥିଲା । ପ୍ରମୁଖ ଦାବି ଭିତରେ ନିଗମରେ ଥିବା ଅସ୍ଥାୟୀ ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା, ସର୍ଭିସ୍‍ ପ୍ରୋଭାଇଡର କର୍ମଚାରୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି କ୍ୟାଡର ରୁଲ୍‍ ପ୍ରଚଳନ ପାଇଁ ନିଷ୍ପତ୍ତି ହୋଇଛି । ପର୍ଯ୍ୟଟନ ମନ୍ତ୍ରୀ ଏବଂ ଓଟିଡିସି ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ମାଧ୍ୟମରେ କର୍ମଚାରୀଙ୍କ ବିଭିନ୍ନ ଦାବି ପୂରଣ କରିବାକୁ ପ୍ରୟାସ କର‌ାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

loading...

Leave A Reply

Your email address will not be published.