Breaking

“ଝୁରି ହେଉଛି ଦିନକାଳ,ମନ ଖୋଜୁଛି ସେକାଳ ପଖାଳ”

ପଖାଳ ଦିବସ’ ପାଇଁ ରାଜଧାନୀରେ ଆମିଷ,ନିରାମିଷ ଥାଳିର ସମ୍ଭାର

0

ଭୁବନେଶ୍ୱର(ସତ୍ୟଜିତ୍ ରାଉତ୍):ପଖାଳ କହିଲେ ଗାଁର ସଂସ୍କୃତି, ଗାଁର ପରିବେଶ ଓ ଗାଁର କଥା ମନେ ପଡ଼ିଯାଏ। ଏଥିପାଇଁ ମାର୍ଚ୍ଚ ୨୦ରେ ବିଶ୍ୱବ୍ୟାପୀ ବିଶ୍ୱ ପଖାଳ ଦିବସ ପାଳିତ ହେଉଛି। ୨୦୧୩ ମସିହାରୁ ଏହି ଦିବସ ପାଳନ ହୋଇ ଆସୁଛି। ଏଥିପାଇଁ ଓଡ଼ିଆ ବେଶ‌ ଉତ୍ସାହିତ। ପଖାଳ କଥା କହିଲେ ଓଡ଼ିଆଙ୍କ ପାଟିରୁ ଲାଳ ବାହାରି ଆସେ। ସବୁ ବର୍ଗର ଲୋକ ଏହି ଖାଦ୍ୟ ସହ ଅଳ୍ପେ ବହୁତେ ପରିଚିତ।

ପଖାଳ ଦିବସ ସହ ଖରାଦିନର ଆଗମନ ହେଉଥିବାରୁ ଏହାର ଚାହିଦା ଏବେ ରାଜଧାନୀରେ କାହିଁରେ କ’ଣ? ଏହାକୁ ନେଇ ରାଜଧାନୀର ଛୋଟବଡ଼ ହୋଟେଲ୍ ଓ ରେଷ୍ଟୁରାଣ୍ଟରେ ଭିଡ଼ ପରିଲକ୍ଷିତ ହେଲାଣି। ବିଭିନ୍ନ ହୋଟେଲ‌ ଓ ରେଷ୍ଟୁରାଣ୍ଟ ପକ୍ଷରୁ ‘ଜିରା ପଖାଳ’, ‘ଦହି ପଖାଳ’, ‘ଗରମ ବା ଚାଇଁ ପଖାଳ’ ଓ ‘ବାସି ପଖାଳ’ ପ୍ରସ୍ତୁତ କରାଯାଉଛି। ତା’ସହିତ ସାଧାରେ ରହିଛି ଶାଗଭଜା, ବଡ଼ି ଶାଗ, ବଡ଼ି ଚୁରା, ଆଳୁଚଟଣୀ, ପିଠୋଉ ଦିଆ କଖାରୁ ଫୁଲ ପିଠା, ଆମ୍ୱ ଚଟଣି, ଛତୁଭଜା, ବେସର, ସଜନା ଛୁଇଁ ବେସର ଓ ଦେଶୀ ପିଆଜ ଭଳି ଆଇଟମ୍। ଏହାର ଦର ସାଧାରଣ ହୋଟେଲ୍‌ଗୁଡିକରେ ୬୦ ଟଙ୍କାରୁ ଆରମ୍ଭ ହୋଇ ୧୦୦ ଟଙ୍କା ରହିଛି। ଏହା ସହ ଆମିଷରେ ଚିକେନ୍ (ବିଭିନ୍ନ ଡିସ ଯଥା ଚିକେନ ଫ୍ରାଏ, କଶା, କରି, ଆଳୁ ମିକ୍ସଡ ଇତ୍ୟାଦି), ମଟନ‌ କରି ଓ ମଟନ‌‍ କଶା, ଚୁନାମାଛ, ମହୁରାଳି ଫ୍ରାଏ ଓ ଗୋଟା ଚୁନା ମାଛ, ପୋହଳା, ଅଣ୍ଡା ଚପ୍‌ ଓ ଅଣ୍ଡା ଆମ୍‌ଲେଟ୍‍ ଇତ୍ୟାଦି।

ଖାଲି ଓଡ଼ିଶା କାହିଁକି ପଶ୍ଚିମବଙ୍ଗ, ଛତିଶଗଡ଼, ଆସାମ, ଝାରଖଣ୍ଡ ଓ ବିହାରରେ ମଧ୍ୟ ଏହି ଖାଦ୍ୟ ବେଶ‌ ଲୋକପ୍ରିୟ। ଏହାକୁ ବଙ୍ଗଳାରେ ‘ପାନ୍ଥଭାତ’, ଛତିଶଗଡ଼ରେ ‘ବୋରଭାତ’, ଝାରଖଣ୍ଡରେ ‘ପାନିଭାତ’ ଓ ଆସାମ ଏବଂ ବିହାରରେ ଏହାକୁ ‘ପୋଇତାଭାତ‌’‍ କୁହାଯାଇ ଥାଏ। ଏହି ‘ପଖାଳ’ ମଧ୍ୟ ପୁରୀ ଶ୍ରୀ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଠାରେ ଲାଗି ହୋଇଥାଏ। ଏହାକୁ ନେଇ ଏକ ସ୍ୱତନ୍ତ୍ର ନୀତି ରହିଛି।

loading...

Leave A Reply

Your email address will not be published.