Breaking

ନିରାଶ୍ରୟଙ୍କୁ ସହାୟତାର ହାତ ବଢ଼ାଇଲା – ପାଇକ ମହାସଂଘ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଅନ୍ଧକାର ରାତ୍ରିରେ ଯେତେବେଳେ ରାଜଧାନୀ ସୁପ୍ତ ସେହି ସମୟରେ ପାଇକ ମହାସଂଘ ଜାଗ୍ରତ। ଶୀତକୁ ଖାତିର ନକରି ଅସହ୍ୟ ଶୀତରେ ନିରାଶ୍ରୟଙ୍କୁ ସହାୟତାର ହାତ ବଢ଼ାଇଛି ନିଖିଳ ଓଡ଼ିଶା ପାଇକ ମହାସଂଘ । ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହଙ୍କ ନେତୃତ୍ୱରେ ରାତ୍ରିରେ ରାଜଧାନୀର ରାସ୍ତା ଉପରେ ଗରୀବ, ଅସହାୟ, ନିରାଶ୍ରୟଙ୍କୁ ମହାସଂଘ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି । ବାଣୀବିହାର ଶନିମନ୍ଦିର, ରାମମନ୍ଦିର, ରାଜମହଲ, ରସୁଲଗଡ଼, ଖାରବେଳନଗର, ଜୟଦେବ ବିହାର, ବାଣୀବିହାର ପ୍ରଭୃତି ରାଜଧାନୀର ବିଭିନ୍ନ ଅଞ୍ଚଳରେ ମହସଂଘ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଥିଲା । ଦୁଃଖ ଏବଂ ପରିତାପର ବିଷୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କରାଯାଉଥିବା ସମୟରେ ଏବେବି ମଧ୍ୟ ଭିକାରୀ ବୃତ୍ତିର ଅନ୍ତ ଘଟିଲା ନାହିଁ । ଭିକ୍ଷା ବୃତ୍ତିକୁ ଆପଣେଇ ଥିବା ବ୍ୟକ୍ତିମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରି ଏହି ବୃତ୍ତିକୁ ସଂପୂର୍ଣ୍ଣ ନିଷେଧ କରିବା ପାଇଁ ପାଇକ ମହାସଂଘ ଦାବି କରିଛି । ରାଜଧାନୀର ଅନ୍ଧାର ରାତିରେ ଆଜି ବି ମଧ୍ୟ ନାରୀଟିଏ ସୁରକ୍ଷିତ ନୁହେଁ ତେଣୁ ଭିକ୍ଷା ବୃତ୍ତିକୁ ବନ୍ଦକରିବା ସହିତ ଏହିଭଳି ଅସହାୟରେ ଥିବା ବ୍ୟକ୍ତିମାନଙ୍କ ପାଇଁ ମହାନଗର ନିଗମ ପହକ୍ଷେପ ନେବାକୁ ମହାସଂଘ ଦାବୀ କରିଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ମନୋଜ କୁମାର ଜେନା, ଯୁବ ସାମ୍ବାଦିକ ରାଜୀବ ନୟନ ରଥ, ବର୍ଷିୟାନ ପାଇକ ମହାସଂଘ ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁ, ସମାଜସେବୀ ସମରଞ୍ଜନ ମହାନ୍ତି, ପାଇକ ସର୍ଦ୍ଦାର ରଞ୍ଜନ ବଳିୟାରସିଂହ ପ୍ରମୁଖ ଯୋଗଦାନ କରିଥିଲେ ।

loading...

Leave A Reply

Your email address will not be published.