Breaking

ଦାବି ମାନିଲେ ସରକାର : ଆନ୍ଦୋଳନରୁ ଓହରିଲା ଶିକ୍ଷକ ମିଳିତ ମଂଚ

0

ଭୁବନେଶ୍ବର: ଅଧ୍ୟାପକ-ଶିକ୍ଷକ ମିଳିତ ମଞ୍ଚର ଆନ୍ଦୋଳନ ସ୍ଥଗିତ । ସରକାରଙ୍କ ସହ ଆଲୋଚନା ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ ହୋଇଛି । ମଳିତ ମଞ୍ଚର ୧୩ ଜଣିଆ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ନଭେମ୍ବର ୩୦ ପର୍ଯ୍ଯନ୍ତ ଆନ୍ଦୋଳନ ସାମୟିକ ସ୍ଥଗିତ କରାଯାଇଛି । ନଭେମ୍ବର ୩୦ ପର୍ଯ୍ଯନ୍ତ ଦାବି ପୂରଣ ପାଇଁ ମହଲତ ଦେଇଛି ମିଳିତ ମଞ୍ଚ ।ଖରା ବର୍ଷା ସତ୍ତ୍ୱେ ୫୯ ଦିନ ଧରି ଲୋୟର ପିଏମ୍‌ଜିରେ ମିଳିତ ମଞ୍ଚ ଆନ୍ଦୋଳନ ଚଳାଇଥିଲା। ସରକାରଙ୍କ ସହିତ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ ସମାଧାନର ରାସ୍ତା ବାହାରି ପାରି ନଥିଲା।ଏହା ପରେ କଳାବ୍ୟାଜ୍ ପିନ୍ଧି ଶିକ୍ଷା ଦାନ କରିଥିଲେ । କିନ୍ତୁ ସରକାରଙ୍କ ନିଦ ଭାଙ୍ଗି ନ ଥିଲା । ଏଥିପାଇଁ ପାଞ୍ଚ ପାଞ୍ଚ ଥର ବୈଠକ ବସିଥିଲା । କିନ୍ତୁ କୌଣସି ନିଷ୍ପର୍ସ ବାହାରି ପାରି ନ ଥିଲା । ଶେଷରେ ଗତକାଲି ମଂଚର ସଦସ୍ୟ ଓ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା ହୋଇଥିଲା । ଯେଉଁଥିରେ ବକେୟା ଦରମା, ଗତ ଅଗଷ୍ଟ ମାସର ଦରମା, ୨୭ ଦିନର କାର୍ଯ୍ୟ ଦିବସକୁ ଗଣନା ଓ ୭ମ ବେତନ କମିଶନ ଲାଗୁ କରିବାକୁ ପ୍ରତିଶ୍ରୁତି ମିଳିଥିଲା । ଏହି ତାରିଖ ସୁଦ୍ଧା ଦାବି ପୂରଣ ନହେଲେ, ଡିସେମ୍ବର ୧ରୁ ପୁଣି ଥରେ ଆନ୍ଦୋଳନ ଆରମ୍ଭ ହେବ ।

loading...

Leave A Reply

Your email address will not be published.