Breaking

ଓରମାସ୍‌ର ସଫଳତା

ବିଦେଶରୁ ଚାକିରୀ କରି ଫେରିଥିବା ୭ ଯୁବତୀଙ୍କୁ ସମ୍ବର୍ଦ୍ଧନା

0

ଆଇଡ଼ିଆଲ୍ ଏଜୁକେସନ୍‌ରେ ନେଇଥିଲେ ସିଲାଇ ପ୍ରଶିକ୍ଷଣ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଓରମାସ୍ ସହଯୋଗରେ ଆଇଡ଼ିଆଲ୍ ଏଜୁକେସନ୍ ପ୍ରା. ଲିମିଟେଡ଼୍‌ରେ ଡ଼ିଡ଼ିୟୁଜିକେଓ୍ବାଇ ସିଲେଇ ଟ୍ରେନିଂ ନେଇଥିବା ୭ ଯୁବତୀ ବିଦେଶରୁ ଚାକିରୀ କରି ସଫଳତାର ସହ ଓଡ଼ିଶା ଫେରିଛନ୍ତି । ଜୋରଡ଼ାନରୁ ଫେରିବା ପରେ ଗୁରୁବାର ଭୁବନେଶ୍ୱର ବିମାନ ବନ୍ଦରରେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେମାନଙ୍କୁ ଫୁଲତୋଡ଼ା ଦିଆଯାଇ ପାଛୋଟି ନିଆଯାଇଥିଲା । ଟ୍ରେଡ୍ସମ୍ୟାନ୍ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ । ଫେରିଥିବା ସମସ୍ତ ଯୁବତୀ ଗ୍ରାମାଞ୍ଚଳର । ଆଇଡ଼ିଆଲ୍ ଏଜୁକେସନ୍‌ରେ ୩ ମାସ ମାଗଣା ସିଲାଇ ଟ୍ରେନିଂ ନେଇଥିଲେ । ପରେ ସେମାନଙ୍କୁ ଅନ୍ ଜବ୍ ଟ୍ରେନିଂ ଦିଆଯାଇଥିଲା । ଟ୍ରେନିଂ ଶେଷ ପରେ ମୁମ୍ବାଇର ଟ୍ରେଡ୍ସମ୍ରାନ୍ କମ୍ପାନୀ ସହଯୋଗରେ ସମସ୍ତ ଯୁବତୀଙ୍କୁ ଜୋରଡ଼ାନ୍‌ରେ ଥିବା ପ୍ରତିଷ୍ଠିତ କ୍ଲାସିକ୍ ସିଲାଇ କମ୍ପାନୀରେ ଚାକିରୀ ଦିଆଯାଇଥିଲା । ସେଠାରେ ଯୁବତୀମାନେ ଖାଇବା ରହିବା ଛଡ଼ା ୩ ବର୍ଷରେ ୧୦ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ୩ ବର୍ଷ କାମ କରିବା ପରେ ଓଡ଼ିଶା ଫେରିଛନ୍ତି । ଯୁବତୀମାନେ ଚାହିଁଲେ ପୁଣି ଥରେ ବିଦେଶକୁ ଯାଇ କାମ କରି ପାରିବେ ବୋଲି କମ୍ପାନୀ ତରଫରୁ କୁହାଯାଇଛି । ଯୁବତୀମାନେ ଓଡ଼ିଶା ପହଞ୍ଚିବା ପର୍ଯ୍ୟନ୍ତ କମ୍ପାନୀର ଅଧିକାରୀମାନେ ସହଯୋଗ କରିଥିଲେ । ବିନା ମୂଲ୍ୟରେ ଟ୍ରେନିଂ ସହ ବିଦେଶରେ ଚାକିରୀ ମିଳିଥିବାରୁ ଯୁବତୀମାନେ ଓଡ଼ିଶା ସରକାରଙ୍କ ଓରମାସ୍ ଏବଂ ଆଇଡ଼ିଆଲ୍ ଏଜୁକେସନ୍‌କୁ ପ୍ରଶଂସା କରିଛନ୍ତି । ଅନ୍ୟ ଯୁବକ ଯୁବତୀମାନେ ଟ୍ରେନିଂ ନେଇ ବିଦେଶଙ୍କୁ ଯାଆନ୍ତୁ ବୋଲି ଫେରିଥିବା ଯୁବତୀମାନେ କହିଛନ୍ତି ।

loading...

Leave A Reply

Your email address will not be published.