Breaking

ବିପିଲ୍ ର‌୍ୟାଙ୍କରେ ଓଡ଼ିଶା ଦେଶରେ ଦ୍ୱିତୀୟ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ବିପିଲ୍ ର‌୍ୟାଙ୍କରେ ଓଡ଼ିଶା ଦେଶରେ ଦ୍ୱିତୀୟ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ରାଜ୍ୟରେ ୩୨.୫୯ପ୍ରତିଶତ ଲୋକ ଦାରିଦ୍ର‌୍ୟ ସୀମାରେଖା ତଳେ ରହିଛନ୍ତି । ନୀତି ଆୟୋଗର ରିପୋର୍ଟ ମୁତାବକ ଦେଶରେ ସବୁଠୁ ଅଧିକ ବିପିଏଲ ହିତାଧିକାରୀ ଥିବା ରାଜ୍ୟ ତାଲିକାରେ ଓଡ଼ିଶା ଦ୍ୱିତୀୟରେ ରହିଛି । ଏହି ତାଲିକାରେ ୩୩.୭୪ପ୍ରତିଶତ ସହ ପ୍ରଥମରେ ରହିଛି ବିହାର । ଜାତୀୟ ସ୍ତରରେ ଏହାର ହାର ୨୧.୯୨ପ୍ରତିଶତ ରହିଛି । ଏହି ହାରକୁ ୧୦.୯୫ପ୍ରତିଶତକୁ କମାଇବାକୁ ଲକ୍ଷ୍ୟ ରଖାଯାଇଛି ।ନିକଟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ୨୦୧୧-୨୦୧୨ ସୁଦ୍ଧା ଓଡ଼ିଶାରେ ୧କୋଟି ୩୦ଲକ୍ଷ ୮୫ହଜାର ଲୋକ ଦାରିଦ୍ର‌୍ୟ ସୀମାରେଖା ତଳେ ରହିଛନ୍ତି । ତେବେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଦାରିଦ୍ର‌୍ୟ କମିବା ହାର ଦ୍ରୁତ ରହିଛି । ୨୦୦୪-୦୫ରେ ରାଜ୍ୟର ୫୭.୨ ପ୍ରତିଶତରୁ ୨୪.୬୧ ଓ ୨୦୧୧-୧୨ରେ ଏହା ୩୨.୫୯ପ୍ରତିଶତକୁ ଖସିଛି । ଇକୋନମିକ ସର୍ଭେ ରିପୋର୍ଟ ଅନୁଯାୟୀ ୨୦୦୪-୨୦୦୫ଠାରୁ ରାଜ୍ୟରେ ଦାରିଦ୍ର‌୍ୟ ହାର ୨୫.୧ ପ୍ରତିଶତ କମିଥିଲେ ସୁଦ୍ଧା ଏହି ହାର ଅଧିକ ରହିଛି । ଗ୍ରାମାଂଚଳରେ ଏହି ହାର ୩୫.୬୯ରହିଛି ।ତେବେ ତୁଳନାତ୍ମକ ଭାବେ ଜାତୀୟ ସ୍ତରରେ ଗ୍ରାମାଂଚଳର ଦାରିଦ୍ର‌୍ୟ ହାର କମୁଛି । ୨୦୦୧ର ଜନଗଣନା ଅନୁଯାୟୀ ରାଜ୍ୟର ୮୩ପ୍ରତିଶତ ଲୋକ ଗ୍ରାମାଂଚଳରେ ରହୁଛନ୍ତି । ସର୍ଭେ ରିପୋର୍ଟ ଅନୁସାରେ ଏହି ଦାରିଦ୍ର‌୍ୟ ହାର କମାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତେବେ ରାଜ୍ୟର ସହରାଂଚଳରେ ଯଥେଷ୍ଟ ହ୍ରାସ ପାଇଛି । ଏହି ହାର ରହିଛି ୨୦.୭୧ପ୍ରତିଶତ । ଯାହାକି ଜାତୀୟ ହାରଠାରୁ ଅଧିକ । ଏହା ଜାତୀୟ ସ୍ତରରେ ୧୨ପ୍ରତିଶତ ରହିଛି ।

loading...

Leave A Reply

Your email address will not be published.