Breaking

କଳିଙ୍ଗ ହସ୍ପିଟାଲକୁ ଝଟ୍କା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ବିଧାୟକ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ଦୁର୍ବ୍ୟବହାର କରିବା ପ୍ରସଙ୍ଗ । ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ୍ ପଡ଼ିଲା କଳିଙ୍ଗ ହସ୍ପିଟାଲ । ଏନେଇ ଗୃହରେ ବିବୃତିି ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ନବ ଦାସ କହିଛନ୍ତି କି, ବିରୋଧି ଦଳ ମୁଖ୍ୟ ସଚେତକ ତଥା ବିଧାୟକ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲ କର୍ତୃପକ୍ଷ ଦୁର୍ବବ୍ୟହାର ସଂପର୍କରେ ଗତକାଲି ମାନ୍ୟବର ବାଚସ୍ପତି ରୁଲିଂ ଦେଇଥିଲେ । ଏହାର ତତକ୍ଷଣାତ ସ୍ୱାସ୍ଥ୍ୟ ବିଭାଗକୁ ଏ ସଂପର୍କରେ ୪ ଜଣିଆ କମିଟି ଗଠନ କରି ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲି ।ଉକ୍ତ କମିଟି ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି । ଉକ୍ତ ରିପୋର୍ଟ ଆଧାରରେ କଳିଙ୍ଗ ହସ୍ପିଟାଲ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତକାଲି ତା ୧୯.୦୭.୨୦୧୯ ରିଖରୁ ଅନ୍ୟାଦେଶ ପର୍ଯ୍ୟନ୍ତ କଳିଙ୍ଗ ହସ୍ପିଟାଲକୁ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସଟିଏଫ୍) ତାଲିକାରୁ ବାଦ୍ ଦିଆଯାଇଛି ।

loading...

Leave A Reply

Your email address will not be published.