Breaking

୨୪ ବିଧାୟକଙ୍କୁ ମିଳିଲା ‘ଶ୍ରେଷ୍ଠ ବିଧାୟକ’ ସମ୍ମାନ

0

ଭୁବନେଶ୍ୱର : ୨୦୦୯ ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଶ୍ରେଷ୍ଠ ବିଧାୟକ ଓ ବିଧାୟିକା ପୁରସ୍କୃତ। ଅାଜି ବିଧାନସଭା ସମ୍ମିଳନୀ କକ୍ଷରେ ଅାୟୋଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ବିଧାୟକ ଓ ବିଧାୟିକାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।ବାଚସ୍ପତି ପ୍ରଦୀପ କୁମାର ଅମାତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଶ୍ରେଷ୍ଠ ବିଧାୟକମାନଙ୍କୁ ପଣ୍ଡିତ ନୀଳକଣ୍ଠ ଦାସ, ଉତ୍କଳମଣି ଗୋପବନ୍ଧୁ ଦାଶ ଓ ଉତ୍କଳ ଗୌରବ ମଧୁସୂଦନ ଦାସ ସମ୍ମାନ ପ୍ରଦାନ କରାଯାଇଛି । ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନରେ ବିଷ୍ଣୁଚରଣ ଦାସ(୨୦୦୯), ଅରୁଣ କୁମାର ସାହୁ(୨୦୧୦), ପ୍ରଭାତ କୁମାର ବିଶ୍ୱାଳ(୨୦୧୧), ଡା. ପ୍ରଫୁଲ ମାଝୀ(୨୦୧୨), ଅମର ପ୍ରସାଦ ଶତପଥୀ(୨୦୧୩), ପ୍ରମିଳା ମଲ୍ଲିକ(୨୦୧୪), ରଣେନ୍ଦ୍ର ପ୍ରତାପ ସ୍ୱାଇଁ(୨୦୧୫) ଓ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ(୨୦୧୬)ଙ୍କୁ ସମ୍ମାନିତ କରାଯାଇଛି।

ଉତ୍କଳ ଗୌରବ ସମ୍ମାନ ପାଇଛନ୍ତି ସୁରେନ୍ଦ୍ର ନାଥ ନାୟକ(୨୦୦୯), ବିମ୍ବାଧର କୁଅଁର(୨୦୧୦), ନିତ୍ୟାନନ୍ଦ ପ୍ରଧାନ(୨୦୧୧), ଉମେଶ ଚନ୍ଦ୍ର ସ୍ୱାଇଁ(୨୦୧୨), ବିକ୍ରମ କେଶରୀ ବର୍ମା(୨୦୧୩), ରାଜେନ୍ଦ୍ର ଢୋଲକିଆ(୨୦୧୪), ସୁରେନ୍ଦ୍ର ନାଥ ପରମାଣିକ(୨୦୧୫) ଓ ଚକ୍ରଧର ପାଇକ(୨୦୧୬)। ସେହିପରି ଉତ୍କଳମଣି ସମ୍ମାନରେ ସଂଜୟ କୁମାର ଦାସବର୍ମା (୨୦୦୯), ପ୍ରୀତିରଞ୍ଜନ ଘଡ଼େଇ (୨୦୧୦), ସମୀର ରଂଜନ ଦାଶ (୨୦୧୧), ପ୍ରଶାନ୍ତ କୁମାର ମୁଦୁଲି (୨୦୧୨), ବିଜୟ କୁମାର ମହାନ୍ତି(୨୦୧୩), ଡା. ରାସେଶ୍ୱରୀ ପାଣିଗ୍ରାହୀ(୨୦୧୪), ଦିବ୍ୟଶଙ୍କର ମିଶ୍ର(୨୦୧୫) ଓ ପ୍ରଦୀପ ପୁରୋହିତ(୨୦୧୬)ଙ୍କୁ ସମ୍ମାନିତ କରାଯାଇଛି।

loading...

Leave A Reply

Your email address will not be published.