Breaking

ହଲ୍‌ରେ ତିତଲି, ଓଟିଟିରେ ‘କ୍ୟାପିଟାଲ୍ ଟକିଜ୍’

0

ଭୁବନେଶ୍ବର: ଆସନ୍ତାକାଲି ଶୁକ୍ରବାର ଶୁଭମୁକ୍ତି କରୁଛି ଦୁଇ ନୂଆ ଓଡ଼ିଆ ଚଳଚ୍ଚିତ । ପୂଜା ବଜାରକୁ ସରଗରମ କରିବାକୁ ହଲ୍‌କୁ ଆସୁଛି ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ‘ତିତଲି’ ଏବଂ ଓଟିଟି ଆଓ ନେକ୍ସଟ୍‌ରେ ମୁକ୍ତିଲାଭ କରୁଛି ‘କ୍ୟାପିଟାଲ୍ ଟକିଜ୍’ । ଅଞ୍ଜନେୟ ମିଡିଆ ପ୍ରାଇଭେଟ ଲିମିଟେଡ ପ୍ରଡକ୍ସନ୍‌ର ପଞ୍ଚମ ଅବଦାନ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ତିତଲି’। ପ୍ରଭାତ କୁମାର ପ୍ରଧାନ ଓ ଶିଶିର ଚନ୍ଦ୍ର ଦାସଙ୍କ ପ୍ରଯୋଜିତ ଏହି ସିନେମାରେ ନିର୍ଦ୍ଦେଶନା ଦେଇଛନ୍ତି ଏସ୍.କେ. ମୁରଲୀଧରନ। ଦେବଦତ୍ତ ମହାନ୍ତି କାହାଣୀ ଲେଖିଛନ୍ତି। ମୋଟ୍ ୫ ଟି ଗୀତ ଥିବାବେଳେ ଗୀତିକାର ବସନ୍ତରାଜ ଓ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ଯୋଡ଼ିରେ ପ୍ରସ୍ତୁତ ଗୀତଗୁଡ଼ିକ ସିନେମାକୁ ଆହୁରି ହୃଦୟଛୁଆଁ କରିଛି। ଗୀତଗୁଡ଼ିକୁ ଗାଇଛନ୍ତି ଦିସ୍ତୀରେଖା, ସବିଶେଷ, ଅନନ୍ୟା, ଗୌରବ,ଆଶୁତୋଷ, ପ୍ରଜ୍ଞା ଏବଂ ସମୀକ୍ଷା ପ୍ରମୁଖ କଣ୍ଠଶିଳ୍ପୀ। ସିନେମାର ବିଭିନ୍ନ ଭୂମିକାରେ ଦିବ୍ୟା, ତୁଷାର, ମିହିର ଦାସ, ପ୍ରତିଭା ପଣ୍ଡା, ପ୍ରୀତିରାଜ, ହାଡୁ, ଜୀବନ ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି । ଏହା ଏକ ଭିନ୍ନ ସ୍ବାଦର ପ୍ରେମ କାହାଣୀ ଉପରେ ଆଧାରିତ ରହିଥିବାବେଳେ ସାରା ଓଡ଼ିଶାର ୧୫ରୁ ଉର୍ଦ୍ଧ୍ବ ହଲ୍‌ରେ ରିଲିଜ୍ ହେଉଛି। ପୂର୍ବରୁ ଏହି ପ୍ରଡକ୍ସନ୍ବ୍ୟାନରରେ ନିର୍ମିତ ବ୍ୟାଡଗାର୍ଲ, ଧର୍ମ, ଭୈରବ, ନାୟକର ନାଁ ଦେବଦାସ ଭଳି ସିନେମା ଦର୍ଶକଙ୍କ ମନକୁ ଛୁଇଁଥିବାବେଳେ ‘ତିତଲି’ ମଧ୍ୟ ଦମ୍ଦାର ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଥିବା କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ କହିଛନ୍ତି।

ସେହିପରି ଓଟିଟି ପ୍ଲାଟ୍‌ଫର୍ମ ଆଓ ନେକ୍ସଟ୍‌ରେ ସାଇକୋଲୋଜିକାଲ୍ ଥ୍ରିଲର ମୌଳିକ ଓଡ଼ିଆ ସିନେମା ‘କ୍ୟାପିଟାଲ୍ ଟକିଜ୍’ ରିଲିଜ୍ ହେବ । ଏଥିରେ ଦୈତାରୀ ପଣ୍ଡା,ହର ରଥ ଓ ଲକ୍ଷ୍ୟ ଶର୍ମା ଏବଂ ଅନ୍ୟମାନେ ଅଭିନୟ କରିଛନ୍ତି।। ଜଗଦୀଶ ମିଶ୍ର ଓ ଅର୍ପିତା ପଟ୍ଟନାୟକ ଦ୍ଵୟ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ସିନେମାଟି ଦର୍ଶକଙ୍କ ପାଇଁ ବେଶ୍ ଉପଭୋଗ୍ୟ ହେବ ବୋଲି ଆଓ ନେକ୍ସଟ୍‌ର ପ୍ରତିଷ୍ଠାତା ଓ ସିଇଓ କୌଶିକ ଦାସ କହିଛନ୍ତି । ଏଭଳି ଏକ ଭିନ୍ନ ଧରଣର କାହାଣୀକୁ ସିନେମା ରୂପ ଦେଇଥିବାରୁ ନିର୍ମାଣଧୀନ ଟିମ୍‌କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀ ଦାସ ।

loading...

Leave A Reply

Your email address will not be published.