Breaking

ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ “ନାଓ ଗ୍ରୋସରୀ ପ୍ରିମିୟମ୍‌”

0

*ଗୋଟିଏ ଛାତ ତଳେ ଉପଲବ୍ଧ ହେବ ଗ୍ରୋସରୀ ସହ ବିଭିନ୍ନ ସାମଗ୍ରୀ

*ପ୍ରଥମ ୧୦୦ ଗ୍ରାହକଙ୍କ ପାଇଁ ଉପହାର ବ୍ୟବସ୍ଥା

ରାଜଧାନୀବାସୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ଥାନୀୟ କଳ୍ପନା ଛକ ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଖୋଲିଛି ‘ନାଓ ଗ୍ରୋସରୀ ପ୍ରିମିୟମ୍‌’ । ଗାଉଣ୍ଡ୍ ଫ୍ଲୋରରେ ଥିବା ଏହି ନୂଆ ଷ୍ଟୋରଟି ଭୁବନେଶ୍ୱରରେ ପ୍ରଥମ । ଏଠାରେ ଗ୍ରାହକଙ୍କ ଲାଗି ଗୋଟିଏ ଛାତ ତଳେ ଗ୍ରୋସରୀ ସହ ବିଭିନ୍ନ ସାମଗ୍ରୀ ଉପଲବ୍ଧ ହେବ । ନୂଆ ଆଉଟଲେଟକୁ ଓଲିଉଡ଼୍ ଅଭିନେତ୍ରୀ ଶୀତଲ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରି କହିଛନ୍ତି, ଗ୍ରାହକମାନେ ଦୈନନ୍ଦିନ ଜୀବନର ଆବଶ୍ୟକତା ସାମଗ୍ରୀ ପାଇବା ପାଇଁ ବିଭିନ୍ନ ସମସ୍ୟା ସାମ୍ନା କରିଥାନ୍ତି । ଗୋଟିଏ ସ୍ଥାନରେ ସବୁ ସାମଗ୍ରୀ ପାଇବା କଷ୍ଟକର ହୋଇଥାଏ । ନୂଆ ଷ୍ଟୋର ଦ୍ୱାରା ଲୋକମାନେ ବିଶେଷ ଭାବେ ଲାଭବାନ ହୋଇପାରିବେ । ଷ୍ଟୋର ସ୍ୱତ୍ୱାଧିକାରୀ ଅଦିତ ହଂସ କହିଛନ୍ତି, ଲୋକଙ୍କୁ ଅତି ଆବଶ୍ୟକ ଗ୍ରୋସରୀ ଗୋଟିଏ ଛାତ ତଳେ ଯୋଗାଇବା ଲକ୍ଷ୍ୟ ରହିଥିଲା । ନୂଆ ଷ୍ଟୋର ଦ୍ୱାରା ଲୋକଙ୍କ ସମସ୍ୟା ଦୂର ହୋଇ ପାରିବ । ଗ୍ରାହକଙ୍କୁ ସ୍ୱତନ୍ତ୍ର ଏବଂ କ୍ରୟରେ ଏକ ଭିନ୍ନ ଅଭିଜ୍ଞତା ପ୍ରଦାନ ଆମର ସଂକଳ୍ପ । ଆଗାମୀ ଦିନ ଗୁଡ଼ିକରେ ଅନ୍ୟ ସ୍ଥାନରେ ନୂଆ ଷ୍ଟୋର ଖୋଲିବାକୁ ଯୋଜନା ରଖାଯାଇଛି । ଏହି ଷ୍ଟୋରରେ ବିଭିନ୍ନ ନାମିଦାମୀ କମ୍ପାନୀର ବ୍ରାଣ୍ଡ୍ ଗ୍ରୋସରୀ ସାମଗ୍ରୀ, ପ୍ରସାଧନ ସାମଗ୍ରୀ, ବେକରୀ, ଦୁଗ୍ଧଜାତ ଦ୍ରବ୍ୟ, ମୃଦ୍ୟପାନୀୟ, ସ୍ନାକ୍ସ, ପ୍ୟାକେଟ ଯୁକ୍ତ ଖାଦ୍ୟ ଭଳି ଅନ୍ୟ ପ୍ରମୁଖ ବର୍ଗର ଉତ୍ପାଦ ଲୋକମାନେ ପାଇପାରିବେ । ଷ୍ଟୋରରୁ କ୍ରୟ ଉପରେ ୧୦୦ ଗ୍ରାହକଙ୍କ ପାଇଁ ଉପହାର ପ୍ରଦାନ ବ୍ୟବସ୍ଥା ରହିଛି । ଏହା ୨୭ ମାର୍ଚ୍ଚରୁ ୩ ଏପ୍ରିଲ ଯାଏ ବୈଧ ରହିବ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହିନ୍ଦୁସ୍ଥାନ ଏଜେନ୍ସିର ପପୁ ହଂସ, ଉତ୍କଳ ବିଲ୍ଡର୍ସର ଏମ୍‌ଡ଼ି ଶରଦ୍ ବୈଦ, ଅମିତ୍ ବୈଦ, ଯୁବ ଉଦ୍ୟୋଗୀ ମାନିକ୍ ହଂସ ଓ ଉତ୍କଳ କନିକା ଗ୍ୟାଲେରିଆ ମଲର ପ୍ରମୁଖ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.