Breaking

ନୂଆବର୍ଷରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀରେ ପ୍ରବଳ ଜନ ସମାଗମ

0

ପୁରୀ: ନୂଆବର୍ଷର ନୂଆ ସକାଳ। ସେଥିପାଇଁ ପୁରୀ ଓ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଲାଗି ରହିଛି ନାହିଁ ନଥିବା ଭିଡ଼। ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ବର୍ଷର ପ୍ରଥମ ଦିନ ଆରମ୍ଭ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଶ୍ରୀଜିଉଙ୍କ ଦର୍ଶନ କରି ନୂଆବର୍ଷରେ ଆଶିଷ ଭିକ୍ଷା କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଏଥିପାଇଁ ରାତି ଗୋଟାଏରୁ ମଙ୍ଗଳ ଆଳତୀ ସହ ଦର୍ଶନ ଆରମ୍ଭ ହୋଇଛି। ବ୍ୟାରିକେଡରେ ଶୃଙ୍ଖଳିତ ଭାବରେ ଶ୍ରଦ୍ଧାଳୁ ସିଂହଦ୍ୱାର ଭିତରେ ପ୍ରବେଶ କରୁଛନ୍ତି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଶ୍ରୀମନ୍ଦିର ପରିସର ଓ ସମୁଦ୍ର କୂଳରେ ପୋଲିସ ମୁତୟନ ହୋଇଛନ୍ତି ।

loading...

Leave A Reply

Your email address will not be published.