Breaking

ଅକ୍ଟୋବର ୩ରୁ ଜୀସାର୍ଥକରେ ‘ସାଥୀରେ’

0

ଭୁବନେଶ୍ବର: ଓଡିଆ ଦର୍ଶକଙ୍କ ପାଇଁ ଜୀସାର୍ଥକ ନେଇ ଆସୁଛି ଆଉ ଏକ ନୂଆ ମେଗା ଧାରାବାହିକ ‘ସାଥୀରେ’ l ଏହା ଆସନ୍ତା ଅକ୍ଟୋବର ୩ ତାରିଖ ଠାରୁ ସୋମବାରରୁ ଶନିବାର ରାତି ୮ଟାରେ ପ୍ରସାରିତ ହେବ ବୋଲି ଆଜି ଭୁବନେଶ୍ୱରରେ ଏହାର ପୋଷ୍ଟର ଉନ୍ମୋଚନ କାର୍ଯ୍ୟକ୍ରମରେ ଜୀସାର୍ଥକ ପକ୍ଷରୁ ସୂଚନା ଦିଆଯାଇଛି l ଏହାର କାହାଣୀ ଦୁଇଜଣଙ୍କ ଉପରେ ରହିଛି l ସେମାନେ ହେଲେ ଧାରା ଓ ଅମ୍ବର l ଚୁଲବୁଲି ଅଭିନେତ୍ରୀ ଅନନ୍ୟାଙ୍କୁ ଧାରା ଚରିତ୍ରରେ ଏବଂ ମ୍ୟୁଜିକ ଭିଡିଓରେ କ୍ୟାରିଅର ଆରମ୍ଭ କରିଥିବା ନବାଗତ ଅଭିଜିତଙ୍କୁ ଦର୍ଶକ ଅମ୍ବର ଭୁମିକାରେ ଦେଖିବାକୁ ପାଇବେ l ଧାରା ଚୁଲବୁଲି ଚରିତ୍ରଟିଏ, ଯିଏ ପ୍ରତ୍ୟେକ ପରିସ୍ଥିତିକୁ ସାହସର ସହ ମୁକାବିଲା କରେ l ସେ ଖୁସି ଓ ଭାଗ୍ୟଶାଳୀ ଝିଅଟି l କାନ୍ଦିବା ଶିଖିନି ବରଂ ହସି ହସି ସବୁ ସମସ୍ୟାର ସମାଧାନ କରିଦିଏ l ଆଉ ଅମ୍ବର ଜଣେ ସଫଳ ବ୍ୟବସାୟୀ l

ନିଜ ଲକ୍ଷ୍ୟପଥରେ ପହଂଚିବାରେ ସବୁବେଳେ ବ୍ୟସ୍ତ l ଏହି ସଫଳ ବ୍ୟବସାୟୀଙ୍କ ମତରେ ମହିଳାମାନେ ସଫଳତାର ରାସ୍ତାରେ ବାଧକ l
ଦୁହେଁ ଦୁହିଁଙ୍କ ଠାରୁ ସମ୍ପୂର୍ଣ ଅଲଗା l ତେବେ ଏମାନଙ୍କ ଭିତରେ କଣ ପ୍ରେମ ସମ୍ଭବ? କଣ ସତରେ ଏକାଠି ହୋଇପାରିବେ ଅମ୍ବର ଓ ଧାରା l ଏହାକୁ ନେଇ ଧାରାବାହିକ ‘ସାଥୀରେ’ ଆଗକୁ ବଢ଼ିଛି ଓ ଅନେକ କିଛି ଏଥିରେ ଦେଖିବାକୁ ମିଳିଛି l ଦର୍ଶକ ଏହାକୁ ନିଶ୍ଚିତ ଭଲପାଇବେ ବୋଲି ଚ୍ୟାନେଲ ପକ୍ଷରୁ କୁହାଯାଇଛି l

loading...

Leave A Reply

Your email address will not be published.