ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ
ପଞ୍ଚମ ପାଳିର ସରକାର।ବିଜେଡି ସୁପ୍ରିମୋ ନେଲେ ଶପଥ । ଭବ୍ୟ ସମାରୋହରେ ପ୍ରଦର୍ଶନୀ ପଡ଼ିଆରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବିଧିବଦ୍ଧଭାବେ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଛନ୍ତି । ନବୀନଙ୍କ ସହ ତାଙ୍କ ନୂଆ ମନ୍ତ୍ରୀମଣ୍ଡଳ ସଦସ୍ୟ ମଧ୍ୟ ଶପଥ ନେଇଛନ୍ତି ।ରାଜଧାନୀ ଭୁବନେଶ୍ୱରର ୟୁନିଟ-୩ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଜେଡି ମୁଖ୍ୟ ନବୀନଙ୍କୁ ଗୋପନୀୟତାର ସହ ଶପଥ ଗ୍ରହଣ କରାଇଛନ୍ତି । ନବୀନଙ୍କ ନୂଆ ଟିମରେ ୧୧ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାବେଳେ ୯ ଜଣଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀର ପାହ୍ୟା ।ଭଉଣୀ ଗୀତା ମେହେଟ୍ଟା ଏବଂ ଭାଇ ପ୍ରେମ୍ ପଟ୍ଟନାୟକ ଶପଥ ସମାରୋହରେ ସାମିଲ ହୋଇଥିଲେ। ଏହାସହ ବିଭିନ୍ନି ଶିଳ୍ପପତି ଓ ରାଜ୍ୟର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଯୋଗଦାନ କରିଥିଲେ।
Breaking
Smarter Wearables: Google Gemini Is Coming to Samsung Galaxy Watch and BudsCompany Secretaries Organized Second State Level ConferenceFrench style comes to Odisha: Celio opens its first ever store in Utkal Kanika GaleriaGood Mental Health of Citizens an Essential Part of Viksit Bharat, says Pravati Parida, Deputy CM at ‘Illness To Wellness’ SummitSamsung To Launch 2025 Line-up of Vision AI Television on May 7