Breaking

ଆଜି ଜାତୀୟ କ୍ରୀଡ଼ା ଦିବସ

0

ନୂଆଦିଲ୍ଲୀ:ଆଜି ଜାତୀୟ କ୍ରୀଡା ଦିବସ । ଅଗଷ୍ଟ ୨୯ ତାରିଖ, ଭାରତର କିମ୍ବଦନ୍ତୀ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମ ଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି । ସର୍ବକାଳୀନ ଭାବେ ଧ୍ୟାନଚାନ୍ଦଙ୍କୁ ସର୍ବଶ୍ରେଷ୍ଠ ହକି ଖେଳାଳି ଭାବେ ବିବେଚନା କରାଯାଏ । ହକିର ଯାଦୁଗର ଖେଳାଳିଙ୍କ ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ଭାରତ ୧୯୨୮, ୧୯୩୪ ଓ ୧୯୩୬ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ଆଣିଥିଲା । ଧ୍ୟାନ ଚାନ୍ଦ ବ୍ୟକ୍ତିଗତ ଭାବରେ ତାଙ୍କର ୧୨ ବର୍ଷ କ୍ୟାରିୟରରେ ୪୦୦ ଗୋଲ ଦେଇଥିଲେ । ସେ ୧୯୨୬ରୁ ୧୯୪୮ ମଧ୍ୟରେ ଭାରତୀୟ ହକି ଟିମର ଆକର୍ଷଣୀୟ ଖେଳାଳି ଥିଲେ, ଯାହାଙ୍କ ହକି ଷ୍ଟିକକୁ ବିଶ୍ୱର ଖେଳପ୍ରେମୀ ଓ ଖେଳାଳି ନଜର ରଖୁଥିଲେ । ତାଙ୍କର ଜନ୍ମ ଦିବସକୁ ମନେ ପକାଇବା ପାଇଁ ଭାରତରେ ଅଗଷ୍ଟ ୨୯କୁ ଜାତୀୟ କ୍ରୀଡ଼ା ଦିବସ ଭାବରେ ପାଳନ କରାଯାଇଥାଏ ।

loading...

Leave A Reply

Your email address will not be published.