Breaking

ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମକୁ ପାଇଲା ନାସା

0

ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ଵରରେ ଭାରତର ବହୁ ମହତ୍ଵାକାଂକ୍ଷୀ ଚନ୍ଦ୍ରଯାନ-୨ ବିକ୍ରମ ଲ୍ୟାଣ୍ଡରକୁ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସା ଖୋଜି ବାହାର କରିଛି। ନାସା ଆଜି ସକାଳେ ଲୁନାର ରିକନ୍ସେନ୍ସ ଅର୍ବିଟରରୁ ଏକ ଫଟୋ ଉତ୍ତୋଳନ କରିଛି। ଯେଉଁ ଫଟୋରେ ଲ୍ୟାଣ୍ଡର ବିକ୍ରମ ପ୍ରଭାବିତ ସ୍ଥାନ ଦେଖାଯାଉଛି। ବିକ୍ରମର ଫଟୋ ଉତ୍ତୋଳନ ପରେ ନାସା ସୂଚନା ଦେଇଛି। ନାସାର ଲୁନାର ରେକନାଇଜେସନ୍‌ ଅର୍ବିଟର (ଏଲ୍‌ଆରଓ) ମହାକାଶ ଯାନର ‘ଇମ୍ପାକ୍ଟ ଫିଲ୍ଡ’ ଏବଂ ଏହା ପାଖା ପାଖି ଅଞ୍ଚଳର ଫଟୋ ପଠାଇଛି। ବେଶ୍‌ କିଛି କିଲୋମିଟର ପରିବ୍ୟାପ୍ତ ଏହି ଅଞ୍ଚଳରେ ୨୪ରୁ ଊର୍ଦ୍ଧ୍ୱ ସ୍ଥାନରେ ବିକ୍ରମର ଧ୍ୱଂସାବଶେଷ ବିଛାଇ ହୋଇ ପଡ଼ିଛି। ମୁଖ୍ୟ ଲ୍ୟାଣ୍ଡିଂ ସ୍ଥଳଠାରୁ ୭୫୦ ମିଟର ଦୂରରେ ପଡ଼ିଥିବା ଏକ ଧ୍ୱଂସାବଶେଷ ପ୍ରଥମେ ଠାବ କରାଯାଇଥିଲା।

loading...

Leave A Reply

Your email address will not be published.