Breaking

ଆଜିକାଲି ଭାରି ଚର୍ଚ୍ଚାରେ ଲଣ୍ଡନ , ️ପୁଣି ମନସୁନ୍ ପୁଣି ପ୍ରେମ୍ ଆନନ୍ଦ୍ ଓ ସୋନୁ ନିଗମ

0

ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ସୁପରହିଟ୍ ଚଳଚ୍ଚିତ୍ର ଭେଟି ଦେଇ ଓଡ଼ିଶାର ମନୋରଞ୍ଜନ ଜଗତରେ ‘ଝିଲିକ ମୋସନ ପିକ୍ଚର୍ସ’ ନିଜ ପାଇଁ ଏଜ ସ୍ଵତନ୍ତ୍ର ସ୍ଥାନ ସଂରକ୍ଷିତ କରି ସାରିଛି। ଏବେ ଓଡ଼ିଶା ମନୋରଞ୍ଜନ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ଏକ ମ୍ୟୁଜିକ୍ ଭିଡ଼ିଓ ‘ମନସୁନ୍’ ପ୍ରସ୍ତୁତ କରିଛି ; ଯାହାର ସୁଟିଂ ଲଣ୍ଡନରେ କରାଯାଇଛି। ଆଗାମୀ ଡିସେମ୍ବର ୨୫ ବଡ଼ଦିନ ଅବସରରେ , ଝିଲିକ ମୋସନ ପିକ୍ଚର୍ସର ୟୁଟ୍ୟୁବ ଚ୍ୟାନେଲରେ ରିଲିଜ ହେବାକୁ ଥିବା ଏହି ମ୍ୟୁଜିକ୍ ଭିଡିଓ ପାଇଁ ବାପୁ ଗୋସ୍ୱାମୀ ଗୀତ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହାକୁ ସଙ୍ଗୀତରେ ସଜେଇଛନ୍ତି ଓ ବଲିଉଡ ଗାୟକ ସୋନୁ ନିଗମ କଣ୍ଠଦାନ କରିଛନ୍ତି ଏବଂ ନିର୍ଦ୍ଦେଶକ ମ୍ୟାକ-ଏସଙ୍କ ନିର୍ଦ୍ଦେଶନାରେ ଏଥିରେ ରିଷଭ ଓ ଆଲେକଜାଣ୍ଡ୍ରା ଟେଲର୍ ଅଭିନୟ କରିଛନ୍ତି। ଏହା ପୂର୍ବରୁ ‘ଝିଲିକ ମୋସନ ପିକ୍ଚର୍ସ’ ରୁଦ୍ରାଣୀ ଓ କିସମିସ ପରି ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ନିର୍ମାଣ କରି ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି । ନିକଟରେ ଏହି ବ୍ୟାନରରେ ମୁକ୍ତିଲାଭ କରିବାକୁ ଥିବା ‘ତୋର ମୋର କଟି’ ଚଳଚ୍ଚିତ୍ରର ମ୍ୟୁଜିକ୍ ରିଲିଜ ହୋଇ ଲୋକପ୍ରିୟ ହୋଇ ସାରିଛି। ଏହି ଭିଡିଓଟି ମଧ୍ୟ ଦର୍ଶନକଙ୍କ ହୃଦୟ ଜିଣିବାରେ ସଫଳ ହେବ ବୋଲି ଟିମ ପକ୍ଷରୁ କୁହାଯାଉଛି ।

loading...

Leave A Reply

Your email address will not be published.