Breaking

ସମାଜମଙ୍ଗଳ ହୁଣ୍ଡିଦାନ କାର୍ଯ୍ୟକ୍ରମ ଓ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏ ମାଟିକୁ ନମସ୍କାର ସଙ୍ଗୀତ ରିଲିଜ

0

କର୍କଟ ପିଡୀତଙ୍କ ଉଦେଶ୍ୟରେ ପ୍ରତିଷ୍ଠା କରାଯାଇଥିବା ସମାଜମଙ୍ଗଳ ହୁଣ୍ଡିର ହୁଣ୍ଡିଦାନ କାର୍ଯ୍ୟକ୍ରମ ଉତ୍କଳ ସାମ୍ବାଦିକ ସଙ୍ଘ” ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ସମାଜମଙ୍ଗଳ ହୁଣ୍ଡିର ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସଭାପତି ବିଭୁତି ଭୂଷଣ କର , ଚଳଚ୍ଚିତ୍ର ଅଭିନେତା ରବି ମିଶ୍ର , ୱେବ ମିଡିଆ ସଙ୍ଘ ସଭାପତି ପୂର୍ଣଚନ୍ଦ୍ର ଦାସ , ସମାଜସେବୀ ତଥା ସ୍ତମ୍ଭକାର ଡ଼ା ବନ୍ଦନା ହରିଚନ୍ଦନ , ସମାଜସେବୀ ସସ୍ମିତା ଦାସ , ଯୁବନେତା ଦିଲୀପ ସେନାପତି , ସମାଜସେବୀ ବାପି ମହାନ୍ତି , ସମାଜସେବୀ ଧୀରେନ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ । ଏହାସହ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଓଡିଶା ଆଗମନ ଅବସରରେ ତାଙ୍କ ଉପରେ ଏକ ସଙ୍ଗୀତ ଏ ମାଟିକୁ ନମସ୍କାର ର ଅଡିଓ ରିଲିଜ ହୋଇଥିଲା । ଜେବି ପ୍ରଡକ୍ସନ ପ୍ରସ୍ତୁତି ଏହି ଗୀତରେ ମୁନୁ ପାଗଳ ସଙ୍ଗୀତ ନିର୍ଦେଶନା ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ଅର୍ପିତା ଚୌଧୁରୀ , ଗୀତ ଲେଖିଛନ୍ତି ନିର୍ମଦା ସାହୁ , ପ୍ରଯୋଜନା କରିଛନ୍ତି ସିତୁ ଶିତେଶ ଓ ଅଜୟ ପରିଡା ସମାଜମଙ୍ଗଳ ହୁଣ୍ଡିରୁ ଆଦାୟ ମୋଟ ଅର୍ଥରାଶି ୧୭ ହଜାର ୯ ଶହ ପଂଚାଲବେ ଟଙ୍କା ଅତିଥିମାନଙ୍କ ହସ୍ତରେ କର୍କଟ ପିଡ଼ିତା ଶ୍ରୀମତୀ ବିସ୍ମିତା ଚୌଧୁରୀଙ୍କୁ ପ୍ରଦାନ କରାଯାଇଥିଲା । ଏହି ହୁଣ୍ଡି କାର୍ଯ୍ୟକ୍ରମ ମୋହିତ ଫାଉଣ୍ଡେସନ ଆନୁକୂଲ୍ୟରେ ଅନୁଷ୍ଟିତ ହୋଇଥିଲା । ଧନ୍ୟବାଦ ଅର୍ପଣ କରିଥିଲେ ରକ୍ତଦାତା ତନ୍ମୟ ସାମନ୍ତରାୟ । ରୋହିତ ନାୟକ , ପ୍ରମୋଦ ପତି , ବିଜୟ ମଲ୍ଲିକ , ଜିତେନ୍ଦ୍ର ସାହୁ , ସରୋଜ ବିଶ୍ୱାଳ , ରିନାରାଣୀ , ଜ୍ୟୋତି ପଣ୍ଡା , ଭୁବନାନନ୍ଦ ସାମନ୍ତ , ଚିତ୍ତରଞ୍ଜନ ଦାସ , ସୁରେନ୍ଦ୍ର , ରାଜ କୁମାର , ବିଶ୍ୱଜିତ , ଶିବୁ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।

loading...

Leave A Reply

Your email address will not be published.