Breaking

ବାଲିପାଟଣା ଏସବିଏନ୍ ହାଇସ୍କୁଲରେ “ମୋ ସ୍କୁଲ” କାର୍ଯ୍ୟକ୍ରମ

ପ୍ରିୟଦର୍ଶୀଙ୍କ ପୋଷ୍ୟ ସ୍କୁଲରେ ନୂଆ ସଭା ଗୃହ ପାଇଁ ଶିଳାନ୍ୟାସ

0

ବାଲିପାଟଣା:ବାଲିପାଟଣା ବୁଦ୍ଧନାଥ ସରକାରୀ ହାଇସ୍କୁଲରେ “ମୋ ସ୍କୁଲ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମ ଅବସରରେ ନୂଆ ସଭା ଗୃହ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଛି । ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦେଇଛନ୍ତି । ରାଜ୍ୟ ଗୃହ ନିର୍ମ ।ଣ ସଂସ୍ଥାର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ଏହି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଥିବାବେଳେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସ୍ଥାନୀୟ ବିଧାୟକ ଅରବିନ୍ଦ ଢାଲି, ଜିଲ୍ଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର, ବ୍ଲକ୍ ଶିକ୍ଷା ଅଧିକାରୀ ଶୈଳାଧିରାଜତନୟା ଶତପଥୀ, ସ୍କୁଲ ପ୍ରଧାନଶିକ୍ଷକ ଅନିତା ମଣ୍ଡଳ ଓ ପୁରାତନ ଛାତ୍ର ସଂଗଠନ ସଭାପତି ଅମିତାଭ ମିଶ୍ର ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.