Breaking

ଶିକ୍ଷକଙ୍କ ସହ ମନ୍ତ୍ରିସ୍ତରୀୟ କମିଟିର ଆଲୋଚନା ବିଫଳ : ଆନ୍ଦୋଳନ ଜାରି ରଖିବ ମିଳିତ ମଞ୍ଚ

0

ଭୁବନେଶ୍ୱର :ଶିକ୍ଷକଙ୍କ ଦାବି ପୂରଣ ନେଇ ଅାଜି ବସିଥିବା ମନ୍ତ୍ରୀ ସ୍ତରୀୟ କମିଟି ବୈଠକ ବିଫଳ ହୋଇଛି। ଫଳରେ ପୂର୍ବପରି ଅାନ୍ଦୋଳନ ଚାଲୁ ରହିବ ବୋଲି କହିଛି ମିଳିତ ଶିକ୍ଷକ, କର୍ମଚାରୀ ସଂଘ । ଦାବି ପୂରଣ ପାଇଁ ସରକାର ୩ ମାସ ସମୟ ମାଗିଥିଲେ । କିନ୍ତୁ ଅାମେ ୭ ଦିନ ସମୟ ଦେବାକୁ ରାଜି ଥିଲୁ କହିଲା ମିଳିତ ମଞ୍ଚ। ସେଥିରେ ସରକାର ରାଜି ନହେବାରୁ ଅାନ୍ଦୋଳନ ଅାଗକୁ ଯିବ, ଅାହୁରି ତୀବ୍ର ହେବ ବୋଲି ମିଳିତ ମଞ୍ଚ କହିଛି।ଦରକାର ହେଲେ ସମୂହ ଇସ୍ତଫା ଦେବାକୁ ସଂଘ ଚେତାବାନୀ ଦେଇଛି। ଶିକ୍ଷକ ସମସ୍ୟା ସମାଧାନ ନେଇ ଅାଜି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବୈଠକ ଅାଲୋଚନା ହୋଇଥିଲା। ବୈଠକରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସହ ଗଣ ଶିକ୍ଷା ସଚିବ, ଉଚ୍ଚ ଶିକ୍ଷା ସଚିବ ମଧ୍ୟ ଯୋଗ ଦେଇଥିଲେ।ସେପଟେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସୂଚନା ଦେଇ କହିଛନ୍ତି ଯେ, ଶିକ୍ଷକମାନଙ୍କ ଦାବି ନେଇ ବୈଠକରେ ଆଲୋଚନା କରାଯାଇଛି । ସେମାନଙ୍କ ସମସ୍ୟା ଯାହା ରହିଛି ତାହାର ସମାଧାନ ନେଇ ଏକ୍ସପର୍ଟ ଟିମ୍ ଗଠନ କରାଯିବ ।

loading...

Leave A Reply

Your email address will not be published.