Breaking

ମିଲନ କୁମାର ପାଇକରାୟ ହେଲେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସମ୍ପାଦକ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭୁବନେଶ୍ୱରର ବହୁ ପରିଚିତ ଯୁବ ସମାଜ ସେବୀ ତଥା ସବୁବେଳେ ନିଜ ଜୀବନକୁ ଜନସାଧାରଣଙ୍କ ସେବା କରିବାକୁ ସମର୍ପଣ କରିଦେଇଥିବା ବ୍ୟକ୍ତି ସମସ୍ତଙ୍କର ଅତିପ୍ରିୟ ମିଲନ କୁମାର ପାଇକରାୟଙ୍କୁ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସମ୍ପାଦକ ଦାୟିତ୍ୱ ପ୍ରଦାନ କରିଥିବାରୁ ମିଲନ କୁମାର ପାଇକରାୟ ସର୍ବପ୍ରଥମେ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ବିଜୁ ଜନତା ଦଳର ଭୁବନେଶ୍ୱର ଜିଲ୍ଲା ସାଙ୍ଗଠନିକ ଜିଲ୍ଲା ସଭାପତି ଶ୍ରୀଯୁକ୍ତି ସୁଶାନ୍ତ କୁମାର ରାଉତଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ବିଜୁ ଜନତା ଦଳକୁ ଆହୁରି କିପରି ଭାବେ ବୁଥ୍ ସ୍ତରରୁ ସୁଦୃଢ଼ କରାଯିବ ଓ ଆଗ ଧାଡ଼ିର ନେତା ମାନଙ୍କର କଥାକୁ ସମ୍ମାନ ଜଣାଇ ଦଳୀୟ କାର୍ଯ୍ୟ କିପରି ଭାବେ ଅତ୍ୟଧିକ କରାଯିବା ସହ ନବୀନ ପଟ୍ଟନାୟକଙ୍କ ଦ୍ୱାରା ହୋଇଥିବା ଜନସାଧାରଣଙ୍କ ପାଇଁ ସମସ୍ତ ଯୋଜନା କିପରି ଭାବେ ନୟାପଲ୍ଲୀର ୩୯ ନଂ ୱାର୍ଡ଼ବାସୀ ଓ ଭୁବନେଶ୍ୱର ବାସୀଙ୍କ ପାଖରେ ପହଞ୍ôଚପାରିବ ସେଥିପ୍ରତି ସେ ଅତ୍ୟଧିକ ଗୁରୁତ୍ୱ ଦେଇ ଦଳ ପାଇଁ କଠିନ ପରିଶ୍ରମ କରିବେ ବୋଲି ସୂଚନା ଦେବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ସାନ ଭାଇ ଓ ଶୁଭଚିନ୍ତକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

loading...

Leave A Reply

Your email address will not be published.